ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକର ସୁଗମ ଯାତାୟାତ ପାଇଁ ଗଠନ ହେଲା ଟାସ୍କଫୋର୍ସ ଟିମ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ବଡ ପ୍ରଭାବ ପଡୁଛି | ପେଟ୍ରୋଲଠାରୁ ଆରମ୍ଭ କରି ପନିପରିବା, ମାଛ ବାହାର ରାଜ୍ୟରୁ ଆସୁଥିବାବେଳେ ଅଧିକାଂଶ ସ୍ଥାନରେ ଏସବୁ ଟ୍ରକକୁ ଡ୍ରାଇଭରମାନେ ଅଟକାଉଥିବାର ଦେଖିବାକୁ ମିଳୁଛି | ଆଜି ତମାଣ୍ଡୋରେ ବାହାର ରାଜ୍ୟର ଟ୍ରକ ଡ୍ରାଇଭରଙ୍କ ସହ ମୁହାଁମୁହିଁ ହେଉ କି ସନ୍ଧ୍ୟାରେ ବ୍ରହ୍ମପୁରରେ ପୁଲିସ ସହ ଖଣ୍ଡଯୁଦ୍ଧ ହେଉ ଡ୍ରାଇଭରମାନେ ବ୍ୟବସାୟିକ ଯାନ ଉପରେ ଦାଉ ସାଧୁଛନ୍ତି |

ଆଉ ଏସବୁକୁ ନଜରରେ ରଖି ପରିବହନ ବିଭାଗ ପକ୍ଷରୁ ଆଜି ଏକ ଟାସ୍କଫୋର୍ସ ଟିମ ଗଠନ କରାଯାଇଛି | ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରାକଗୁଡିକ କିଭଳି ସୁଗମ ଭାବରେ ଯାତାୟାତ କରିପାରିବେ ସେଥିପାଇଁ ଟିମ ସାଙ୍ଗକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି | ଏହି ଟାସ୍କଫୋର୍ସ ଟିମରେ ମୁଖ୍ୟ ଶାସନ ସଚିବ, ଡିଜିପି(ପୁଲିସ), ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗର ସଚିବ ପ୍ରମୁଖ ରହିଛନ୍ତି |

ସମ୍ବନ୍ଧିତ ଖବର