ଦାନଗଦୀ : ରାସ୍ତାରେ ଟଳିପଡ଼ିଲେ ଟାଟା କର୍ମଚାରୀ

ଦାନଗଦୀ : କରୋନା ପାଇଁ ଲକ୍‌ଡାଉନ୍‌ରେ ଶ୍ରମିକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଆଉ କିଛି ଲୋକ ବି ବାଟରେ ଆସୁଥିବାବେଳେ ମୃତ୍ୟୁମୁଖରେ ପଡ଼ିଛନ୍ତି। ଟାଟା ଷ୍ଟିଲ୍‌ର ଜଣେ ଠିକା କର୍ମଚାରୀଙ୍କ ମଧ୍ୟ ସମାନ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି। ସେ ହେଉଛନ୍ତି, ବିଶ୍ବଜିତ୍‌ ଜେନା(୪୫)। ସେ ଆଜି ୮୦ କିଲୋମିଟର ଦୂର ଘରୁ ସାଇକଲ୍‌ରେ ବାହାରିଥିଲେ। କାରଖାନାରେ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ବାଟ ଥିଲା। ମାତ୍ର, ତା’ ପୂର୍ବରୁ ସେ ଟଳିପଡ଼ିଛନ୍ତି। ଏହି ଘଟଣା ଶ୍ରମିକମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ୍ ସୋସୋ ଗ୍ରାମର ବିଶ୍ୱନାଥ ଜେନା(୪୫) ଏକ ଘରୋଇ ସୁରକ୍ଷା ସଂସ୍ଥାର କର୍ମଚାରୀ। ସେ ଟାଟା ଷ୍ଟିଲ୍ କାରଖାନାରେ କାମ କରୁଥିଲେ। ସେ କିଛି ଦିନ ପୂର୍ବରୁ ତାଙ୍କ ଘରକୁ ଛୁଟିରେ ଯାଇଥିଲେ। ଆଜି କାମରେ ଯୋଗ ଦେବା ପାଇଁ ସାଇକଲ ଯୋଗେ କଳିଙ୍ଗନଗର ଟାଟା କାରଖାନାକୁ ଫେରୁଥିଲେ। କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ନିକଟ ନଡ଼ିଆଭଙ୍ଗା ହାଟ ନିକଟରେ ବିଶ୍ବନାଥ ରାସ୍ତା ଉପରେ ହଠାତ୍‌ ଟଳି ପଡ଼ିଥିଲେ। କିଛି ଲୋକ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ଡାକ୍ତରଖାନାକୁ ନେଇଥିଲେ। ଦାନଗଦୀ ମେଡ଼ିକାଲ ଡାକ୍ତର ବିଶ୍ବନାଥଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପାଇଁ ପୁଲିସ ଶବକୁ ଜବତ କରିଛି।

ସମ୍ବନ୍ଧିତ ଖବର