ଦୋକାନ ଭିତରେ ପଶିଗଲା ଟାଟା ମେଜିକ, ଦୋକାନୀ ଆହତ

ଦଶରଥପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୟାଁଗୋଲା-ଯାଜପୁର ଜାତୀୟ ରାଜପଥ ୨୦ ରେ କଟିକଟା ଛକ ନିକଟରେ ଗୁରୁବାର ଦିନ ଏକ ଟାଟା ମେଜିକ ଗାଡି(ଓଡି-୩୪କେ ୬୧୭୫) ଦୋକାନ ଭିତରକୁ ପଶିଯାଇଛି। ଏଥିରେ ଦୋକାନର ଜିନିଷପତ୍ର ନଷ୍ଟ ହୋଇଥିବାବେଳେ ଦୋକାନୀ ବୃନ୍ଦାବନ ଖଣ୍ଡୁଆଳ ଆହତ ହୋଇଛନ୍ତି।

ଗାଡ଼ିଟି ଇଜାପୁର ଗ୍ରାମରୁ ବାହାରି ମଙ୍ଗଳପୁର ଅଭିମୁଖେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ଏକ ଷ୍ଟେସନାରି ଦୋକନ ଭିତରକୁ ପଶିଯାଇଥିଲା। ଦୋକାନରେ ବହୁ ଜିନିଷପତ୍ର ନଷ୍ଟ ହୋଇଥିବା ବୃନ୍ଦାବନ କହିଛନ୍ତି। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଖବର ପାଇ ଝୁମ୍ପୁରୀ ଫାଣ୍ଡି ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭର ସନ୍ତୋଷ କୁମାର ବେହେରାକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର