କେନ୍ଦୁଝର : ଅଗ୍ନି ନିୟନ୍ତ୍ରଣ ପାଇଁ ଗ୍ୟାସ ସିଲିଣ୍ଡର ମହଜୁଦ୍ ଥିଲେ ବି ଠିକଣା ସମୟରେ ଏହାକୁ ଉପଯୋଗ କରାଯାଇପାରିଲାନି। ନିଆଁଲିଭା ପାଇଁ ଉଦ୍ଦିଷ୍ଟ ଗ୍ୟାସ ସିଲିଣ୍ଡରକୁ କୌଣସି ଜଣେ କର୍ମଚାରୀ ବି ଖୋଲି ପାରିଲେ ନାହିଁ। ଫଳସ୍ୱରୂପ ଆଜି ରାତି ପ୍ରାୟ ୮ଟା ବେଳକୁ ଢେଙ୍କିକୋଟ ଟୋଲ୍ ଗେଟ୍ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍ ଗାଡି ହୁହୁ ହୋଇ ଜଳିଗଲା।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଘଟଗାଁରୁ କିଛି ଯାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ୍ ଗାଡିଟି କେନ୍ଦୁଝର ଅଭିମୁଖେ ଆସୁଥିଲା। ଢେଙ୍କିକୋଟ ଟୋଲ୍ ଗେଟ୍ରେ ଗାଡିଟି ଅଟକିବା ବେଳେ ସେଥିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ହଠାତ୍ ଗାଡିଟି ଜଳିବା ଦେଖି ସେଥିରେ ବସିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଓହ୍ଲାଇ ପଡିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/fire.jpg-f.jpg)