ଗୋଳନ୍ଥରା : ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ଗୋଳନ୍ଥରା ଥାନାରେ ବିଧାୟକଙ୍କ ବିରୋଧରେ ପୁଣି ଏହି ଠକେଇ ଲିଙ୍କ୍ରେ ତୃତୀୟ ମାମଲା ନଂ-୭/୨୦୨୧ରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧,୧୨୦ ବି, ୬୬ସି ଏବଂ ୬୬ଡି ଓ ୩୪ ଆଇଟି ଆକ୍ଟ୍ ଅନୁସାରେ ରୁଜୁ ହୋଇଛି। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କେଲୁଆପଲ୍ଲୀ ଗ୍ରାମର ପ୍ରଭାତ କୁମାର ନାୟକ ତାଙ୍କୁ ଭାଇଙ୍କୁ ଚାକିରି କରାଇ ଦେବାକୁ ବିଧାୟକଙ୍କୁ ୩ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ନିଯୁକ୍ତି ମିଳି ନଥିଲା। ଶେଷରେ ଠକେଇର ଶିକାର ହୋଇଥିବା ଜାଣି ଗତ ୧୨ ତାରିଖରେ ପ୍ରଭାତ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ବିଧାୟକଙ୍କ ବିରୋଧରେ ଚାକିରି ଠକେଇ ନେଇ ସଂପୃକ୍ତ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp