ବ୍ରହ୍ମପୁର : ଟାଟା ମୋଟର୍ସରେ ନିଯୁକ୍ତି ‌ଦେବା ନାଁରେ ଠକେଇ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୨୦୨୦ରେ ୨ଟି ଓ ୨୦୨୧ରେ ୩ଟି, ଏହିଭଳି ମୋଟ୍‌ ୫ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୨ଟି ମାମଲାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ୩ଟି ମାମଲାରେ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ପ୍ରଦୀପଙ୍କ ସହ ଅଭିଯୁକ୍ତ ଅଛନ୍ତି। ଏହି ତିନି ଅଭିଯୁକ୍ତ ପୂର୍ବରୁ ସମସ୍ତ ମାମଲାରେ ଜାମିନ ପାଇ ସାରିଥିବା ବେଳେ ଆଜି କୋର୍ଟରେ ହାଜର ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଥିବା ୫ଟି ମାମଲାରୁ ୪ଟି ଜେଏମ୍‌ଏଫ୍‌ସି ତଥା ଏମ୍‌ଏଲ୍‌ଏ ଓ ଏମ୍‌ପି କୋର୍ଟରେ ବିଚାରଣା ହେବାକୁ ଥିବାବେଳେ ଗୋଟିଏ ମାମଲାର ବିଚାରଣା ଗ୍ରାମାଞ୍ଚଳ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହେବ। ଏହି ସମସ୍ତ ମାମଲାରୁ ୪ଟି ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିସାରିଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ।