୧୧ରୁ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ

ଭୁବନେଶ୍ବର: ଭୁବନେଶ୍ବରର ସବୁଠୁ ବଡ଼ ସାହିତ୍ୟ ମହାକୁମ୍ଭ ‘ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ’ର ଷଷ୍ଠ ସଂସ୍କରଣ ଆସନ୍ତ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ଭୁବନେଶ୍ବର କ୍ଲବ୍‌’ ପରିସରରେ ଅନୁଷ୍ଠିତ ହେବ। ‘ସମ୍ବାଦ’ ସହଯୋଗରେ ଅନୁଷ୍ଠିତ ଏହି ତିନିଦିନିଆ ସାହିତ୍ୟ ସମାବେଶକୁ ୧୧ ତାରିଖ ଅପରାହ୍ନ ସାଢ଼େ ୪ଟାବେଳେ କବି ପଦ୍ମଭୂଷଣ ରମାକାନ୍ତ ରଥ ଉଦ୍‌ଘାଟନ କରିବେ ଏବଂ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି ଅବସରରେ ପ୍ରଯୁକ୍ତି ବିଜ୍ଞାନଠାରୁ ଠାରୁ ଆରମ୍ଭ କରି ପର୍ଯ୍ୟଟନ, ପରିବେଶ ଏବଂ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ସାହିତ୍ୟ ଯାଏ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। କଣ୍ଠଶିଳ୍ପୀ ଲତା ମ‌େଙ୍ଗସକର ଓ ପ୍ରଖ୍ୟାତ ‌େଲଖକ ମନୋଜ ଦାସଙ୍କ ସ୍ମୃତିକୁ ନେଇ ସ୍ବତନ୍ତ୍ର ଭାବେ ଆଲୋଚନା କରାଯିବ। ସଂପାନ, ଆଲୋଚନା ଇତ୍ୟାଦି ଭୁବନେଶ୍ବର କ୍ଲବ୍‌ ପରିସରଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ୧୧ଓ ୧୨ ତାରିଖ ଦୁଇଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ରେଲୱେ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହେବ। ପ୍ରସିଦ୍ଧ ହାସ୍ୟ ଅଭିନେତା ଅଭିଜିତ ଗାଙ୍ଗୁଲି ଏବଂ ଥିଏଟର ତାରକା ଲିଲିଟ ଦୁବେ ମଧ୍ୟ ମଞ୍ଚରେ ତାଙ୍କର ଅଭିନୟ ପ୍ରଦର୍ଶନ କରିବେ। ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ସୋନମ କାଲରାଙ୍କ ଗଜଲ ପରିବେଷଣ କରିବେ। ଭୁବନେଶ୍ବର କ୍ଲବ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ କୌଣସି କାର୍ଡ ଦେଖାଇବାକୁ ପଡ଼ିବ ନାହିଁ କି ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ରଖାଯାଇନାହିଁ।

ଉଦ୍‌ଘାଟନୀ ଦିବସରେ ‘ଆମ୍‌ ଆଇ ଅଡିବଲ୍‌’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାରେ ଭାଗନେଇ ସନ୍ଦୀପ ରାୟ, ତନୟା ପଟ୍ଟନାୟକ ଓ ରସ୍କିନ୍‌ ବଣ୍ଡ ପୋଡ୍‌କାଷ୍ଟ, ରେଡିଓ ଓ ଅଡିଓବୁକ୍‌ ଉପରେ ନିଜର ମତ ରଖିବେ। ନିଜର ନୂଆ ବହି ‘ଘୋଷ୍ଟ ନେସନ୍‌’ ଉପରେ ନିଜର ମତ ରଖିବେ ରାକେଶ ଖାନ୍ନା। ୧୨ ତାରିଖ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ‘ଦ ମାଇଗ୍ରେସନ୍‌ ଦ୍ୟାଟ୍‌ ମେଡ୍‌ ଇଣ୍ଡିଆ’ ଉପରେ ଟୋନି ଯୋଶେଫ୍‌ ଆଲୋଚନା କରିବା ସହ ପ୍ରାଚୀନ ଭାରତ ସମ୍ପର୍କରେ ସୁବିସ୍ତୃତ ଅଭିମତ ରଖିବେ। ସେହିଭଳି, ‘କାପ୍‌ଚରିଂ ଏ ମୋମେଣ୍ଟ, କ୍ରୋନେିକ୍ଲିଂ ଟାଇମ୍‌’ ଶୀର୍ଷକ ଆଲୋଚନା‌େର ଭାଗନେଇ ବିଶିଷ୍ଟ କଥାକାର ଗୌରହରି ଦାସ, ଦେବପ୍ରସାଦ ଦାଶ ଓ ସଂଘମିତ୍ରା ଭଞ୍ଜ ସମ୍ବାଦପତ୍ର ସ୍ତମ୍ଭ ଓ ଆଗ୍ରହୀ ପାଠକ ମଧ୍ୟରେ ସମ୍ପର୍କର ଅବତାରଣା କରିବେ। ‘କ୍ରିଟିକାଲ ଡିସ୍‌କୋର୍ସ ଇନ୍‌ ଓଡ଼ିଆ’ ଉପରେ ପ୍ରଫେସର ଯତୀନ୍ଦ୍ର ନାୟକ ଏବଂ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସମ୍ପର୍କରେ ସୋନମ କାଲରା, ଅନ୍ତରା ସଲିଲ ଚୌଧୁରୀ ଓ ସୂର୍ଯ୍ୟ ଦେଓ ଆଲୋଚନା କରିବେ। ଅନ୍ତିମ ଦିବସରେ ପୁସ୍ତକ ‘ ଦ ଆର୍ଟ ଅଫ୍‌ ବିଟ୍‌ଫୁଲ୍‌ନେସ୍‌’ ଉପରେ ଅନୁଷ୍ଠିତ ହେବାକୁ ଆଲୋଚନାରେ ଅଂଶଗ୍ରହଣ କରିବେ ନନ୍ଦନ ନୀଳେକନି, ତନୁଜ ଭୋଜୱାନି ଏବଂ ମୋନିକା ନୈୟାର୍‌ ପଟ୍ଟନାୟକ। ଚଳଚ୍ଚିତ୍ର ଓ ଓଟିଟି ପ୍ଲାଟ୍‌ଫର୍ମ ଉପରେ ରାହୁଲ ବୋଷ ଓ ଜୟନ୍ତ କୃପାଲିନୀ ନିଜର ବକ୍ତବ୍ୟ ରଖିବେ। ‘ଜର୍ଣ୍ଣିଂ ଅଫ୍‌ ଏ ସିଭିଲାଇଜେସନ୍‌- ଇଣ୍ଡସ୍‌ ଟୁ ବୈଗଇ’ ସମ୍ପର୍କରେ ଆର୍‌. ବାଲକ୍ରିଷ୍ଣନ୍‌ ଓ ଟୋନି ଜୋସେଫ୍‌ ଆଲୋଚନା କରିବେ। ସେହିଭଳି, ଲେଖିକାଙ୍କ ସୃଜନୀ ଯାତ୍ରା ସମ୍ପର୍କରେ ଯଶୋଧାରା ମିଶ୍ର ଓ ସଂଘମିତ୍ର ମିଶ୍ର ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କ ସହ ମତ ବିନିମୟ କରିବେ। କୋଭିଡ୍‌ ନିୟମ ପାଳନ ସହିତ ସମସ୍ତେ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରିବେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସାହିତ୍ୟ ଅନୁରାଗୀ ବହୁସଂଖ୍ୟାରେ କାର୍ଯ୍ୟକ୍ରମ‌େର ଯୋଗ ଦେବାପାଇଁ ଉତ୍ସବର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର