ଭୁବନେଶ୍ବର : ଆଜି ଭୁବନେଶ୍ବରର ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ ପରିସରରେ ଆରମ୍ଭ ହୋଇଛି ସାହିତ୍ୟର କୁମ୍ଭମେଳା ଭାବେ ପରିଚିତ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ। ‘ସମ୍ବାଦ’ ସହଯୋଗରେ ଆୟୋଜିତ ଏଇ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ବିଶିଷ୍ଟ କବି ଜୟନ୍ତ ମହାପାତ୍ର। ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଥଲେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ।

Advertisment

publive-image

ସାହିତ୍ୟ ଉତ୍ସବର ପ୍ରଥମ ସୋପାନରେ ମହାତ୍ମା ଗାନ୍ଧୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଐତିହାସିକ ସୁଗତ ବୋଷ ଓ ଯତୀନ୍ଦ୍ର ନାୟକ ଆଲୋଚନା କରିଛନ୍ତି । ଏହା ପରେ ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରହମାନ୍‌ ନିଜ ଅଭିନୟ ଜୀବନର ସ୍ମୃତି ବଖାଣିଛନ୍ତି । ଗୀତା ଗୋପାକ୍ରିଷ୍ଣନ୍ ୱାହିଦାଙ୍କ ସହ ଆଲୋଚନା କରିଥିଲେ।

ଉଦଘାଟନୀ ଦିବସର ପରବର୍ତ୍ତୀ ଅଧିବେଶନଗୁଡ଼ିକରେ ଅତିଥି ଆଲୋଚକ ଭାବରେ ଯୋଗ ଦେବେ ରବିନ୍ଦର ସିଂହ, ଗୀତା ଗୋପାକ୍ରିଷ୍ଣନ୍ ଏବଂ ଦେବାଶିଷ ମିତ୍ର। ପ୍ରଥମ ଦିନର ସନ୍ଧ୍ୟାରେ ଝେଲମ୍ ପାରାଞ୍ଜପେଙ୍କ ଓଡ଼ିଶୀ ନୃତ୍ୟ ଏବଂ ଅଭିଜିତ୍ ଗାଙ୍ଗୁଲିଙ୍କ ଷ୍ଟାଣ୍ଡ୍ ଅପ୍ କମେଡିର କାର୍ଯ୍ୟକ୍ରମ ରହିଛି।