ସୁବର୍ଣ୍ଣରେଖା ବନ୍ଦର କରିବ ଟାଟା : ଆଜି ମୁଖ୍ୟଶାସନ ସଚିବ -ଟାଟା ମୁଖ୍ୟ ଆଲୋଚନା

ଭୁବନେଶ୍ବର : ୫ ହଜାର କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କରିବ ଟାଟା କମ୍ପାନି। ଆସନ୍ତା ୧୩ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ଆସନ୍ତାକାଲି ଟାଟା କମ୍ପାନି ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ୍ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ବର ଆସୁଛନ୍ତି। ଅପରାହ୍ନ ସାଢ଼େ ୩ଟାରେ ସଚିବାଳୟରେ ମୁଖ୍ୟଶାସନ ସଚିବ ଓ ଟାଟା ମୁଖ୍ୟଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାମ କ୍ରିଏଟିଭ୍ ପୋର୍ଟ କମ୍ପାନିକୁ ମିଳିଥିଲା। ଏବେ ସେହି କମ୍ପାନିର ୫୧% ଅଂଶଧନ ଟାଟା କମ୍ପାନି କିଣିଦେବା ପରେ ବନ୍ଦର ନିର୍ମାଣ କାମ ଦାୟିତ୍ବ ଟାଟାକୁ ମିଳିଛି।

ସମ୍ବନ୍ଧିତ ଖବର