ପୂରା ହେବ ସ୍ବପ୍ନ: ଟାଟାନଗରଠାରୁ ବାଦାମପାହାଡ଼କୁ ଗଡ଼ିବ ସନ୍ଧ୍ୟାକାଳୀନ ଦୈନିକ ଟ୍ରେନ୍

ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ବାରମ୍ବାର କରିଥିଲେ ଦାବି

ରାଇରଙ୍ଗପୁର: ଝାଡ଼ଖଣ୍ଡର ଟାଟାନଗରରୁ ମୟୂରଭଂଜ ଜିଲ୍ଲା ବାଦାମପହାଡ଼କୁ ସନ୍ଧ୍ୟା ୬ ଟାରେ ଟ୍ରେନ୍‌ ଯିବାକୁ ଦୀର୍ଘଦିନ ଧରି ଦାବି କରାଯାଇଥିଲା। ବହୁ ବର୍ଷ ପରେ ରେଳ ପ୍ରଶାସନ ତରଫରୁ ଏହି ଦାବିକୁ ଗ୍ରହଣ କରିଯାଇଛି। ରେଳବାଇ ସନ୍ଧ୍ୟା ସମୟ ୬ଟାରେ ଟ୍ରେନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛି। ଏହା ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ଓ ବାଦାମପହାଡ଼ର ରେଳଯାତ୍ରୀ, ସାଧାରଣ ଜନତା,ଶ୍ରମିକ ଏବଂ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ବିକାଶରେ ସହଯୋଗ ମିଳିବ। ଏହି ଅଞ୍ଚଳର ଜନସାଧାରଣ ବିକାଶର ମୁଖ୍ୟ ଧାରାରେ ନିଜକୁ ଶାମିଲ କରି ସହାୟକ ହେବେ ବୋଲି ଚର୍ଚ୍ଚା ହେଉଛି।
ଏହି ସନ୍ଧ୍ୟାକାଳୀନ ଟ୍ରେନ ସମୟ ପରିବର୍ତ୍ତନ କରିଥିବାରୁ ଟାଟାନଗର ବାଦାମପାହାଡ଼ ରେଳ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ବିଶେଷ କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବଦାନ ତଥା ଦକ୍ଷିଣ ପୂର୍ବାଞ୍ଚଳ ରେଳ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ଏବଂ ଡିଆରଏମ ଚକ୍ରଧରପୁର ଏ.ଜେ ରାଥଡ଼ ଏବଂ ରେଳବାଇ ପ୍ରଶାସନର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରି ରେଳ ପ୍ରଶାସନକୁ ରାଇରଙ୍ଗପୁର ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ।
ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଏନେଇ ବାରମ୍ବାର ଦାବି କରି ଆସୁଥିଲେ। ଟାଟାନଗର ଷ୍ଟେସନରୁ ସନ୍ଧ୍ୟା ୬ରୁ ଛାଡ଼ିବା ପରେ ୬ଟା ୩୦ରେ ହଳଦୀପୋଖରୀ, ୬ଟା ୪୭ରେ ସିରିଡି ଶାଈ ଷ୍ଟେସନ, ୭ଟା ୧ରେ ବହଳଦାରୋଡ ଷ୍ଟେସନ, ୭ଟା ୨୦ରେ ଅଁଳାଯୋଡ଼ି ଜଙ୍କସନ୍, ଗୋରୁମହିଷାଣୀ ଷ୍ଟେସନ, ତାପରେ ପୁଣି ୦୭ ଟା ୫ ରେ ଅଁଳାଯୋଡ଼ି ଜଙ୍କସନ୍, ୮ଟା ୧୪ରେ ରାଇରଙ୍ଗପୁର ଷ୍ଟେସନ, ୮ଟା ୩୦ରେ କୁଲଡିହା ଷ୍ଟେସନ, ୮ଟା ୪୩ରେ ଛନୁଆ ଷ୍ଟେସନ୍ ଏବଂ ୯ଟା ୦୫ରେ ବାଦାମପାହାଡ଼ ଷ୍ଟେସନରେ ପହଞ୍ଚିବ। ସେଠାରୁ ପୁଣି ଥରେ ରାତ୍ର ୯ଟା ୧୫ରେ ଟାଟାନଗର ଷ୍ଟେସନକୁ ଯାତ୍ରା କରିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଚାଲୁଥିବା ଦୁଇଟି ଟ୍ରେନ୍ ଟାଟାନଗରରୁ ବାଦାମପାହାଡକୁ ସକାଳୁ ଆସୁଥିଲା।
ସମ୍ବନ୍ଧିତ ଖବର