ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ପୁଣିଥରେ ଟ୍ଵିଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେଡ଼ି ନେତା ତଥା ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡିଳୀର ସାଂସଦ ତଥାଗତ ସତପଥୀ। ବିବାଦୀୟ ଟ୍ଵିଟ୍‌ ଜରିଆରେ ସାଂସଦ ଶ୍ରୀ ସତପଥୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରି କହିଛନ୍ତି କୃଷକଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ପ୍ରାଚୁର୍ଯ୍ୟ ଭିତରେ ଓଡିଶା ଗରୀବ ବୋଲି କାହିଁକି ସବୁବେଳେ ପ୍ରଶ୍ନ ଉଠୁଛି ବୋଲି ତଥାଗତ ଅଭିଯୋଗ କରିବା ସହିତ ସରକାରଙ୍କ ଆନ୍ତରିକତାକୁ ଏଥିପାଇଁ ଦାୟୀ କରିଛନ୍ତି।

Advertisment


ତଥାଗତ ଟ୍ଵିଟ୍‌ କରି ଓଡ଼ିଶାର କୃଷକର ଦୁଃସ୍ଥିତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ତଥାଗତ । କହିଛନ୍ତି  ଓଡିଶାର ଅଧିକାଂଶ ଲୋକ କୃଷକ, ସେମାନେ ଉଦ୍ୟୋଗପତି ନୁହଁନ୍ତି ।ଏହା ସହିତ ଓଡିଶାର ସଂସ୍କୃତି ମଧ୍ୟ ଶିଳ୍ପ ଆଧାରିତ ନୁହେଁ । ତେଣୁ କୃଷକଙ୍କୁ ଆର୍ଥିକ ସହଯୋଗ ଦେଲେ ସେମାନଙ୍କୁ ପ୍ରକୃତ ସମ୍ମାନ ହେବ । ଏହା ଦ୍ୱାରା ସେମାନେ ଅତି ନିକଟରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ସୁବିଧା ପାଇ ପାରିବେ । କିନ୍ତୁ ଚାଷୀଙ୍କ ଉନ୍ନତି ପାଇଁ କାହାର ଆନ୍ତରିକତା ନାହିଁ ।
ସାଂସଦ ସତପଥୀ ଟ୍ଵିଟ୍‌ କରିଛନ୍ତି ଯେ ସମସ୍ତେ ପଚାରୁଛନ୍ତି ଓଡ଼ିଶା ଗରିବ କାହିଁକି। ଓଡ଼ିଶାର ଅଧିକାଂଶ ଲୋକ ଚାଷୀ ହୋଇଥିବା ବେଳେ ଦୀର୍ଘବର୍ଷ ହେଲା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କୁ ଅଣଦେଖା କରିଆସିଛନ୍ତି ବୋଲଇ ତଥଶଗତ ଟ୍ଵିଟ୍‌ କରିଛନ୍ତି। ସତପଥୀ ଟ୍ଵିଟ୍‌ କରିଛନ୍ତି ଯେ ଆମ ବ୍ୟବସ୍ଥା କଣ ସମସ୍ତଙ୍କୁ ସେମାନଙ୍କ ପଅତିଭା ବିକାଶ ପାଇଁ ସୁଯୋଗ ଦେବା ଉଚିତ ନୁହେଁକି। ଏହା ଫଳରେ ଶ୍ରୀ ସତପଥୀ ଉଭୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପରୋକ୍ଷରେ କହିଛନ୍ତି ଯେ ସରକାରେ ସମସ୍ତଙ୍କୁ ସୁଯୋଗ ଦେଉନାର୍ହି।