ବ୍ୟାସନଗର : ଟିକସ ଆଦାୟ ପ୍ରକ୍ରିୟାରେ ସରଳୀକରଣ ଲୋଡ଼ା। ସରକାର ଏଦିଗରେ ପଦକ୍ଷେପ ନେବା ସହିତ ଏହାକୁ ନ୍ୟାୟସଂଗତ କରିବା ଦରକାର। ଏହା ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଅକ୍ଷୟ କୁମାର ମିଶ୍ର ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ଏବଂ ଏଆଇଏସଟିଫର ମିଳିତ ସହଯୋଗରେ ଆୟୋଜିତ ଦିନିକିଆ ଟିକସ ସଂପର୍କିତ ଆଲୋଚନା ଚକ୍ର ଓ ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନର ୧୦ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେଯୋଗ ଦେଇ ନ୍ୟାୟମୂର୍ତ୍ତି ଶ୍ରୀ ମିଶ୍ର କହିଥିଲେ ଯେ ଟିକସ ଆଦାୟର ଅଧିକାରୀ ବେଳେବେଳେ ଆଇନର ବିଧି ବ୍ୟବସ୍ଥାକୁ ଭୁଲି ଅନ୍ୟାୟୋଚିତ ଭାବେ ଟିକସ ଆଦାୟ କରିଥାନ୍ତି। ଏହାକୁ ଅଧିକ ସରଳ କରାଯାଇ ପାରିଲେ ସମସ୍ତ ଟିକସଦାତା ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
ବ୍ୟାସନଗରସ୍ଥିତ ହୋଟେଲ ବ୍ରାହ୍ମଣୀଠାରେ ଅନୁଷ୍ଠିତ ଜିଲା ଟ୍ୟାକ୍ସ ବାର ସ˚ଘର ସଭାପତି ବିବେକାନନ୍ଦ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ନ୍ୟାୟମୂର୍ତ୍ତୀ ଅକ୍ଷୟ କୁମାର ମିଶ୍ର, ଏଆଇଏଫଟିପି ଜାତୀୟ ଉପ ସଭାପତି ଅଚିନ୍ତ୍ୟ ଭଟାଚାର୍ଯ୍ୟ, ଏଆଇଏଫଟିପି ଜାତୀୟ ମହାସଚିବ ଆନନ୍ଦକୁମାର ପାସରି, ନିଖିଳ ଓଡିଶା ଆଇନଜୀବୀ ସ˚ଘର ମହାସଚିବ ବିଭୁପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଦେଶର ଟିକସ ବ୍ୟବସ୍ଥା ଓ ଜିଏସଟି ପ୍ରଚଳନ ଉପରେ ଆଲୋଚନା କରିଥିଲେ।