୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଚାଷ ଜମି ଉପରୁ ସଂପୂର୍ଣ୍ଣ ଖଜଣା ଓ ଜଳକର ଛାଡ଼ କଲେ ସରକାର

ଭୁବନେଶ୍ୱର: ସବୁ ବାତ୍ୟା କ୍ଷତିଗ୍ରସ୍ତ ଗାଁଗୁଡ଼ିକ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ସଂପୂର୍ଣ୍ଣ ଖଜଣା ଛାଡ଼ କରାଯିବ।

ସେହିପରି ଆସନ୍ତା ରବି ଋତୁ ପାଇଁ ୩୩ ପ୍ରତିଶତ ବା ଉର୍ଦ୍ଧ୍ୱ ଫସଲ କ୍ଷତି ସହିଥିବା ଚାଷୀମାନଙ୍କୁ ଶତପ୍ରତିଶତ ଜଳ କର ଛାଡ଼ କରାଯିବ ବୋଲି ଆଜି ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ‘ଫନିି ’ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଜି ଅପରାହ୍ଣରେ ସେ ରାଜ୍ୟ ସଚିବାଳୟରେ ଘୋଷଣା କରିଥିବା ଏହି ପ୍ୟାକେଜ୍‌ ଅନୁଯାୟୀ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ଏବଂ ବର୍ଷ ସାରା ଫସଲ ହେଉଥିବା ଜମି ପାଇଁ ୧୮,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର