ଭୁବନେଶ୍ବର : ବିଭିନ୍ନ ପୌରସଂସ୍ଥାଗୁଡ଼ିକ ଲୋକଙ୍କ ଠାରୁ ଆଦାୟ କରୁଥିବା ଟିକସ ଉପରେ ରିହାତି ଦେଇଥାନ୍ତି। ଯେଉଁମାନେ ପୂରା ବର୍ଷକର ଟିକସ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଦିଅନ୍ତି ସେମାନେ ରିହାତି ପାଇଥାନ୍ତି। କରୋନା ମହାମାରୀ ଯୋଗୁଁ ନଗର ଉନ୍ନୟନ ବିଭାଗ ଏହି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲା। ଏବେ ପୁଣି ଏହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇଛି। ଅର୍ଥାତ୍ ଅକ୍ଟୋବର ୩୧ ମଧ୍ୟରେ ପୂରା ବର୍ଷକର ଟିକସ ଦେଲେ ରିହାତି ମିଳିବ। କିନ୍ତୁ ସର୍ତ୍ତ ରଖିଛି ଯେ, ରିହାତି ୧୦%ରୁ ଅଧିକ ହେବନି। ବିଏମ୍ସି ସମେତ ବିଭିନ୍ନ ପୌରସଂସ୍ଥା ହୋଲ୍ଡିଂ ଟିକସ ବାବଦକୁ ମୁଖ୍ୟତଃ ଏହି ରିହାତି ଦେଉଥିବାବେଳେ ଏହାଦ୍ବାରା ଅଧିକ ଲୋକ ଟିକସ ଦେବେ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।
ଟିକସ ଦେୟ ଉପରେ ରିହାତି ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ିଲା
/sambad/media/post_attachments/wp-content/uploads/2020/07/tax.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)