ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ଅନଲାଇନ୍ ଶିକ୍ଷା ଦିଆଯିବ

ଗଣଶିକ୍ଷା ବିଭାଗ ସହ ଟିସିଏସର ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ବର:  ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)  ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ। ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଟିସିଏସ୍ ଚୁକ୍ତି ସ୍ୱାକ୍ଷରିତ କରିଛି । ତେବେ ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ନବମ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ କ୍ଲାସ ପାଇଁ ଟିସିଏସ୍ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହା ଆଜି ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହୋଇଛି । ଏ ନେଇ ରେଜିଷ୍ଟ୍ରେସନ ମଧ୍ୟ ଶେଷ ହୋଇଛି । କୋଭିଡ ଯୋଗୁଁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଏ ବର୍ଷ ସ୍କୁଲ ଖୋଲିବନି ବୋଲି ରାଜ୍ୟ ସରକାର ମନା କରିଦେଇଛନ୍ତି। ତେଣୁ ଅନଲାଇନ ଶିକ୍ଷା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସାହାଯ୍ୟ କରିବାକୁ ଟିସିଏସ୍ ଆଗେଇ ଆସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର