କଟକ : ଜାଲ ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା କ୍ଷତି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସୁପର କ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲଙ୍କ ଜାମିନ ଆବେଦନର ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ଏପ୍ରିଲରେ ୯ରେ ହେବ। ବରଗଡ ଥାନାରେ ଜାଲ ଟିଡିଆରକୁ ନେଇ ଦାୟର ମାମଲାରେ ଜାମିନ ଲୋଡି ବଣ୍ଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବଣ୍ଟିଙ୍କ ବିରୋଧରେ ଜାଲ ଟିଡିଆର ପ୍ରସଂଗକୁ ନେଇ ୧୦ରୁ ଅଧିକ ମାମଲା ରହିଥିବା ବେଳେ ସେ ପୂର୍ବରୁ କେତେକ ମାମଲାରେ ଜାମିନ ପାଇ ସାରିଛନ୍ତି। ଅନ୍ୟପକ୍ଷରେ ଏବେ ବି କିଛି ମାମଲାରେ ତାଙ୍କୁ ଜାମିନ ମିଳି ନାହିଁ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଥିଲେ।
ଜାଲ ଟିଡିଆର: ୯ରେ ବଣ୍ଟି ଅଗ୍ରୱାଲଙ୍କ ଜାମିନ ଶୁଣାଣି
/sambad/media/post_attachments/wp-content/uploads/2019/04/banti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)