ଭୁବନେଶ୍ୱର: ଏବେ ଓଡ଼ିଶାମୁହାଁ ହୋଇଛି ଟି ମସ୍କିଟୋ ବଗ। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୀଟତତ୍ତ୍ୱ ବିଭାଗର ପୂର୍ବତନ ପ୍ରଫେସର ଚିତ୍ତରଞ୍ଜନ ଶତପଥୀ।
ଓୟୁଏଟିର କୀଟତତ୍ତ୍ୱ ବିଭାଗର ପୂର୍ବତନ ପ୍ରଫେସର ଚିତ୍ତରଞ୍ଜନ ଶତପଥୀ କହିଛନ୍ତି, ଏହି କୀଟ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନିମ ଗଛ ମରିବା ଆରମ୍ଭ କଲେଣି। ଆଖପାଖରେ ଥିବା ସବୁ ଗଛରେ ଭରପୁର ସତେଜ ପତ୍ର ଥିବ, ହେଲେ ନିମ ଗଛର ଡାଳ ଓ ପତ୍ର ସମ୍ପୂର୍ଣ୍ଣ ପୋଡ଼ିଯାଉଛି। ଏହାର ପ୍ରମୁଖ କାରଣ ସାଜିଛି ଏହି ଟି ମସ୍କିଟୋ। ଏହି ମସ୍କିଟୋ ନିମ ଗଛର ଟିସୁରେ ଅଣ୍ଡା ଦିଏ, ଅଣ୍ଡାରୁ ଛୁଆ ବାହାରିବା ପରେ ଏକ ଟକ୍ସିନ ନିର୍ଗତ ହୋଇଥାଏ ଓ ଏହି ଟକ୍ସିନର ପ୍ରଭାବରେ ଗଛଗୁଡ଼ିକ ମରିଯାଇଥାଏ। ବିଶେଷ କରି ନିମ ଓ କାଜୁ ଗଛ ଉପରେ ଏହି କୀଟ ଆକ୍ରମଣ କରିଥାଏ। ଆଲଫା ସାଇହାଲୋଥ୍ରିନ କୀଟନାଶକ ସିଞ୍ଚନ କରାନଗଲେ ଆଗାମୀ ଦିନରେ ଏହି କୀଟ ସମସ୍ତ ନିମ ଓ କାଜୁ ଗଛକୁ ନଷ୍ଟ କରିପାରେ ବୋଲି ମତ ଦେଇଛନ୍ତି ପ୍ରଫେସର ଚିତ୍ତରଞ୍ଜନ ଶତପଥୀ।
ଓଡ଼ିଶାମୁହାଁ ଟି ମସ୍କିଟୋ ବଗ: ଚିନ୍ତା ପ୍ରକଟ କଲେ କୀଟତତ୍ତ୍ୱ ବିଶେଷଜ୍ଞ
/sambad/media/post_attachments/wp-content/uploads/2023/04/TMB-species-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)