ସ୍କୁଲ୍‌ ପାଠ୍ୟକ୍ରମରେ ବାୟୋଟେକ୍ନୋଲୋଜିକୁ ସାମିଲ କରାଯାଉ

ଭୁବନେଶ୍ବର : ବର୍ତ୍ତମାନର ଯୁଗ ହେଉଛି ବାୟୋ ଟେକ୍ନୋଲୋଜିର ଯୁଗ। ୨୦୫୧ ବେଳକୁ ଏହାର ଗୁରୁତ୍ବ ଆହୁରି ବଢ଼ିଯାଇଥିବ। ତେଣୁ ବର୍ତ୍ତମାନ ଠାରୁ ସ୍କୁଲ୍‌ ପାଠ୍ୟକ୍ରମରେ ବାୟୋ ଟେକ୍ନୋଲୋଜିକୁ ‌ସାମିଲ କରାଯାଉ। ଫଳରେ ଛାତ୍ରଛାତ୍ରୀମାନେ ବାୟୋଟେକ୍ନୋଲୋଜି ସମ୍ପର୍କରେ ଭଲ ଭାବେ ଅବଗତ ହୋଇପାରିବେ। ଆଜି ବିଧାନସଭାର ପ୍ରଶ୍ନକାଳରେ ବିଜେଡି ସଭ୍ୟ ଭୂପିନ୍ଦର ସିଂହ ଏହି ଦାବି କରିଥିଲେ।

ରାଜ୍ୟରେ ବାୟୋ ଟେକ୍ନୋଲୋଜିର ସ୍ଥିତି ସମ୍ପର୍କରେ ଶ୍ରୀ ସିଂହ ମୂଳ ପ୍ରଶ୍ନ କରିଥିଲେ। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବାୟୋଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏ କ୍ଷେତ୍ରରେ ରାଜ୍ୟରେ ଗବେଷଣାଗାର ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶ କରିବାକୁ ଚାରିଟି ପୁଞ୍ଜିନିବେଶକାରୀ ସଂସ୍ଥା ସହ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଅର୍ଥ ବିଭାଗ ପକ୍ଷରୁ ଅଧିକ ଅର୍ଥ ବରାଦ କରାଗଲେ ସ୍କୁଲ୍‌ ପାଠ୍ୟକ୍ରମରେ ବାୟୋଟେକ୍ନୋଲୋଜିକୁ ସାମିଲ୍ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ। ପ୍ରଫୁଲ୍ଲ ସାମଲ ଓ ଅତନୁ ସବ୍ୟସାଚ୍ଚୀ ନାୟକ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର