ସୁନ୍ଦରଗଡ଼: ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକ, କର୍ମଚାରୀ ଏଣିକି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏନେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଶୁକ୍ରବାର ଅଧିକାରୀ ଶ୍ରୀ ପଧାନ ସବଡେଗା ବ୍ଲକ୍ ସାନପତ୍ରାପାଲି ଏମଏମ ହାଇସ୍କୁଲ ପରିଦର୍ଶନରେ ଯାଇଥିବାବେଳେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ଦେ ଓ ପିଅନ ସ୍ବର୍ଣ୍ଣ ଗନିଅର ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଜାଣିବାକୁ ପାଇ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁହିଁଙ୍କ ଜୁନ୍ ମାସର ଦରମା ବନ୍ଦ କରି ଦେଇଛନ୍ତି। ଏହା ସହ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେ ନେଇ ୭ ଦିନ ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଛନ୍ତି। ଘଟଣାଟି ଚର୍ଚ୍ଚାର ବିଷୟ ହୋଇଥିବାବେଳେ କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷକ ଓ କର୍ମଚାରୀ ମହଲରେ ଛନକା ପଶିଯାଇଛି।
ବିନା ଅନୁମତିରେ ଅନୁପସ୍ଥିତି: ସହକାରୀ ଶିକ୍ଷକ ଓ ପିଅନଙ୍କ ଦରମା ବନ୍ଦ
/sambad/media/post_attachments/wp-content/uploads/2024/06/Teacher.jpeg)
/sambad/media/agency_attachments/2024-07-24t043029592z-sambad-original.webp)