ଭୁବ‌ନେଶ୍ବର: ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ  ସଂଘ ଭୁବନେଶ୍ବରରେ ମଙ୍ଗଳବାର ‌ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରାଥମିକ ଶିକ୍ଷକ ଏକସ୍ କ୍ୟାଡ଼ର ମହାସଂଘର ରାଜଧାନୀ ବିଶାଳ ସମାବେଶ କରିଛନ୍ତି।  ଶିକ୍ଷକ ସଂଘର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ-ଶିକ୍ଷୟିତ୍ରୀ ଧାରଣାରେ ବସିଛନ୍ତି। ୮ ଦଫା ଦାବି ନେଇ ପିଏମ୍‌ଜି ଛକରେ ବିକ୍ଷୋଭ କରିଛନ୍ତି। ଡେପୁଟେସନ ବାତିଲ ଓ ଏକ୍ସ କ୍ୟାଡର ଉଚ୍ଛେଦ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ ହେଉଛି। ଶିକ୍ଷକ ସଂଘ ଅଭିଯୋଗ କରିଛି ଯେ, ସରକାରଙ୍କ ନିର୍ଦ୍ଦେଶ କ୍ରମେ ୮ ବର୍ଷ ପୂରଣ କରିଥିବା ଶିକ୍ଷକଙ୍କୁ ନିୟମିତ କରାଗଲା । କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ୩୦୦୦ ଗଣଶିକ୍ଷକଙ୍କୁ ନିୟମିତ ହେବାରୁ ବାଦ ପଡିଛନ୍ତି। ସେମାନେ  ଦାବି କରିଛନ୍ତି ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ, ମୃତ ଗଣଶିକ୍ଷକଙ୍କ ଏକସ ଗ୍ରସିଆ ପ୍ରଦାନ ଆଦି ସୁବିଧା ଦିଆଯାଉ। ନିଜର ଦାବି ପୁରଣ ନ ହେଲା ଯାଏ ଧାରଣାରେ ବସିବାକୁ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ବିଗତ ଦି‌ନରେ ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବି, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଆଦି ଦାବି ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଥିଲା ପ୍ରାଥମିକ ଶିକ୍ଷକ ସଂଘ।

ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀମାନେ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ବି କିଛି ସୁଫଳ ମିଳିନଥିଲା। ଆନ୍ଦୋଳନର ୪ର୍ଥ ଦିନରେ ସଂଘ ପକ୍ଷରୁ ୨୦ଜଣିଆ ପ୍ରତିନିଧ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ଦାବି ଉପରେ ଆଲୋଚନା ପାଇଁ ସରକାର ଶିକ୍ଷକ ସଂଘକୁ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ ଦାବି ସମ୍ପର୍କରେ ବିଚାର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୪ଜଣିଆ କମିଟି ଗଠନ କରାଯାଇଛି।

publive-image

ଏହି କମିଟିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ସଦସ୍ୟ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏହାର ଆବାହକ ସଦସ୍ୟ ରହିବେ। ଏହି କିମିଟି ଗତ ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବିନେଇ ଆଲୋଚନା କରିବା ସହ ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା। କିନ୍ତୁ ଏହି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୯ ତାରିଖ ଅପରାହ୍‌ଣ ସାଢ଼େ ୧୨ଟାରେ ହେବ।