ବ୍ରହ୍ମପୁର : ପେସାରେ ଶିକ୍ଷକ। ହେଲେ କରୁଛନ୍ତି ନିଶା କାରବାର। ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ସଦର ଥାନା ଅନ୍ତର୍ଗତ ବଉଳଝୋଳି ପଞ୍ଚାୟତ ବଳରାମପଲ୍ଲୀ ଗ୍ରାମରେ ଆଜି ଚଢ଼ଉ କରିଥିଲା। ବେଆଇନ ମଦ କାରବାର ଅଭିଯୋଗରେ ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କୁ ଗିରଫ କରିଥିଲା। ଏହା ସହିତ ତାଙ୍କ ଘରୁ ୧୨୫ଲିଟର୍‌ ଦେଶୀ ମଦ ଜବତ କରାଯାଇଛି। ସେ ସତପାଣ୍ଡିଆରେ ଥିବା ସରକାରୀ ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାମ କରୁଛନ୍ତି।