ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କର୍ତ୍ତବ୍ୟରତ ଏବିଇଓଙ୍କ ଉପରେ ସହକାରୀ ଶିକ୍ଷକ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗ।ଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପରି ଏକ ସଙ୍ଗୀନ ଅଭିଯୋଗ ଆସିଛି। ଥାନାରେ ଅଭିଯୋଗ ହେବାରୁ ଉମ‌ରକୋଟ ପୁଲିସ ମାମଲା ରୁଜୁ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ ଏବିଇଓ ପୁରୁଷୋତ୍ତମ ମାଝୀ ଆଜି ଦିନ ୨ଟାରେ ଉମରକୋଟ ବିଇଓଙ୍କ ଅଫିସରେ ସରକାରୀ କାର୍ଯ୍ୟ କରୁଥିବା ସମୟରେ ମୁଣ୍ଡିଗୁଡ଼। ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଦାଡିଗୁଡ଼। ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ ମଣ୍ଡଳ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏବିଇଓ ଶ୍ରୀ ମାଝୀଙ୍କ ନାକ ଫାଟିଯିବ ଓ ରକ୍ତସ୍ରାବ ହେଇଥିବା ଏତଲାରେ ଦର୍ଶାଇଛନ୍ତି। ଆଜି ସନ୍ଧ୍ୟାରେ ବିଇଓ ବିକାଶ ଚନ୍ଦ୍ର ସରକାର ଓ ଏବିଇଓ ଶ୍ରୀ ମାଝୀ ଉମରକୋଟ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଶ୍ରୀ ମଣ୍ଡଳଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି। ଏଏସଆଇ ସୁକଦେବ ଛତ୍ରିଆ ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି।

ପ୍ରଦୀପ ମଣ୍ଡଳ ପ୍ରତିକ୍ରିୟାରେ କହିଛନ୍ତି ମୋର ୪ ମାସର ଦରମା ଓ ୩ ବର୍ଷର ଇଂକ୍ରିମେଣ୍ଟ କରିବା ପାଇଁ ତିନି ମାସ ତଳେ ୩ଟ। କିସ୍ତିରେ ୫୫,୦୦୦ ଟଙ୍କା ଏବିଇଓ ପୁରୁଷୋତ୍ତମ ମାଝୀ ମୋ ଠୁଁ ନେଇଥିଲେ। କିନ୍ତୁ ମୋ କାମ ନ କରି ବାହାନା କରୁଥିଲେ। ମୁଁ ବାରମ୍ଵାର ଫୋନ୍ କରି ମୋ କାମ କରିବା ପାଇଁ ଏବିଇଓ ପୁରୁଷୋତ୍ତମ ମାଝୀଙ୍କୁ ଅନୁରୋଧ କରୁଥିଲି। ଶେଷରେ ସେ ମୋ ନମ୍ବରକୁ ବ୍ଲକ୍ କରିଦେଲେ। ଆଜି ମୁଁ ଶ୍ରୀ ମାଝୀଙ୍କୁ ଦେଖା କରିବା ପାଇଁ ଅଫିସ ଆସିଥିଲ। ସେ ପ୍ରଥମେ ମୋ ଉପରେ ହାତ ଉଠାଇଲେ। ଆଉ ପରେ ମୋ କାମ ମୁଁ କରିଦେଲି ବୋଲି କହିଥିଲେ। ଅପରପକ୍ଷେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ମିଛ ବୋଲି ଏବିଇଓ ଶ୍ରୀ ମାଝୀ କହିଛନ୍ତି।