ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ସଂକୀର୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ରଣାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସଂକୀର୍ଡା ଗ୍ରାମର ପହଲ୍ଲାଦ ପଂଚାବିହାର (୩୫) ଓ ପ୍ରେମାନନ୍ଦ ପଂଚବିହାର (୩୦) ଦୁଇ ଭାଇ ଆଜି ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟକୁ ଯାଇ କୌଣସି କାରଣ ପାଇଁ ପ୍ରଧାନ ଶିକ୍ଷକ ଲଳିତ ସୁନାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରୁଥିଲେ। ନିକଟରେ ଥିବା ଶିକ୍ଷକ ଗୋବିନ୍ଦ ରଣା ଏହାକୁ ବାରଣ କରିବାରୁ ଦୁଇ ଭାଇ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶିକ୍ଷକ ଶ୍ରୀ ରଣାଙ୍କ ମୁଣ୍ଡ ଫାଟିଯାଇ ଲହୁଲୁହାଣ ହୋଇଥିଲେ। ଏନେଇ ସେ ଭେଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଭାଇ ଏବେ ଫେରାର ଅଛନ୍ତି। ତାଙ୍କ ପରିବାରର ଏକ ଶିଶୁ ଏହି ସ୍କୁଲରେ ପଢ଼ୁଥିବା ଜଣାପଡିଛି।
ବିଦ୍ୟାଳୟରେ ଶିକ୍ଷକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2022/04/attack-w.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)