ଜଳେଶ୍ବର: ଭୋଗରାଇ ଥାନା ଅନ୍ତର୍ଗତ ଦେହୁର୍ଦ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକା ଛାତ୍ରୀଙ୍କୁ ଟିଉସନ ମାଷ୍ଟର ଗଳା କଟି ହତ୍ୟା ଉଦ୍ୟମ କରିଛି । ଏହି ଘଟଣା ଘଟାଇବା ପରେ ଟିଉସନ ମାଷ୍ଟର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ନାବାଳିକା ଛାତ୍ରୀ ଜଣଙ୍କୁ ଗୁୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ସୂଚନା ମିଳିଛି । ପରିବାର ଲୋକଙ୍କ ପକ୍ଷରୁ ଟିଉସନ ମାଷ୍ଟରଙ୍କ ନାମରେ ଭୋଗରାଇ ଥାନାରେ ଏକ ମାମଲା ରଜୁ କରାଯାଇଛି ।
ଶିକ୍ଷକ ସାଜିଲେ ଭକ୍ଷକ, ନାବାଳିକା ଛାତ୍ରୀର ଗଳା କାଟି ହତ୍ୟା ଉଦ୍ୟମ କରି ଟିଉସନ ମାଷ୍ଟର ଫେରାର
/sambad/media/post_attachments/wp-content/uploads/2020/01/4071844a-bf04-4254-995d-c04f1eb0ed0d.jpg)