ଶିକ୍ଷକ ସାଜିଲେ ଭକ୍ଷକ, ନାବାଳିକା ଛାତ୍ରୀର ଗଳା କାଟି ହତ୍ୟା ଉଦ୍ୟମ କରି ଟିଉସନ ମାଷ୍ଟର ଫେରାର

ଜଳେଶ୍ବର: ଭୋଗରାଇ ଥାନା ଅନ୍ତର୍ଗତ ଦେହୁର୍ଦ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକା ଛାତ୍ରୀଙ୍କୁ ଟିଉସନ ମାଷ୍ଟର ଗଳା କଟି ହତ୍ୟା ଉଦ୍ୟମ କରିଛି । ଏହି ଘଟଣା ଘଟାଇବା ପରେ ଟିଉସନ ମାଷ୍ଟର ଘଟଣା ସ୍ଥଳରୁ ‌‌ଫେରାର ହୋଇଯାଇଛି । ନାବାଳିକା ଛାତ୍ରୀ ଜଣଙ୍କୁ ଗୁୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ସୂଚନା ମିଳିଛି । ପରିବାର ଲୋକଙ୍କ ପକ୍ଷରୁ ଟିଉସନ ମାଷ୍ଟରଙ୍କ ନାମରେ ଭୋଗରାଇ ଥାନାରେ ଏକ ମାମଲା ରଜୁ କରାଯାଇଛି ।

ସମ୍ବନ୍ଧିତ ଖବର