ବାଉଁଶୁଣି, ୨୭ା୮(ଇମିସ): ବୌଦ୍ଧ ବ୍ଲକ୍ ଆଦିବାସୀବହୁଳ ପଞ୍ଚାୟତ ଗୁନ୍ଦୁଳିଆର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରୁ ଦୁଇ ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଶନିବାର ଧାରଣାରେ ବସିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍କୁଲ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷକ ଚନ୍ଦନ ମେହେର ଓ ବିବେକାନନ୍ଦ ସ୍ବାଇଁଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଇଛି। ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୪୯ ରହିଥିବା ବେଳେ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ପାଇଁ ନିଯୁକ୍ତି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ସେହି ଅନୁପାତରେ ଶିକ୍ଷକଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି। ତେଣୁ ଏଭଳି ପରିସ୍ଥିତିରେ ଜଣେ ବି ଶିକ୍ଷକଙ୍କୁ ବଦଳି କରିବାକୁ ଦିଆଯିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଏହାଦ୍ବାରା ପାଠପଢ଼ାରେ ଘୋର ଅବ୍ୟବସ୍ଥା ସୃଷ୍ଟି ହେବ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧରଣାରୁ ଉଠିବେ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି। ଏହାଛଡ଼ା ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ସ୍କୁଲ ଚାଲିଥିବାରୁ ଅଭିଭାବକମାନେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀଙ୍କୁ ଅବଗତ କରାଯିବାରୁ ଗୁନ୍ଦୁଳିଆ ସ୍କୁଲରେ ଶିକ୍ଷକ ନଥିବା ବେଳେ ଅନ୍ୟ ସ୍କୁଲରୁ ଡେପୁଟେସନରେ ଗୁନ୍ଦୁଳିଆ ସ୍କୁଲକୁ ଯାଇଥିବା ଚନ୍ଦନ ମେହେର ଓ ବିବେକାନନ୍ଦ ସ୍ୱାଇଁଙ୍କୁ ତାଙ୍କ ମୂଳ ସ୍କୁଲକୁ ଫେରାଇ ନିଆଯାଇଛି ବୋଲି ପ୍ରକାଶ କରିଛନ୍ତି।
ଶିକ୍ଷକ ବଦଳି ପ୍ରତିବାଦ: ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2022/08/19-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)