ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବାଙ୍କଲିଡ଼ି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ (୫୨) ଆଜି ଆକସ୍ମିକ ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସ୍ବର୍ଗତ ସନ୍ତୋଷ ସ୍କୁଲ୍ରୁ ଡ୍ୟୁଟି ସାରି ବଡ଼ବୋରସିଂସ୍ଥିତ ନିଜ ଘରକୁ ଫେରିଥିଲେ। ଖାଇସାରି ଖବରକାଗଜ ପଢ଼ୁଥିବା ବେଳେ ହଠାତ୍ ଟଳିପଡ଼ିଥିଲେ। ପରିବାରବର୍ଗ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ଶିକ୍ଷକ ମହଲକୁ ସ୍ତବ୍ଧ କରିଦେଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବେବୀ ବେହେରାଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ବେଲଗୁଣ୍ଠା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ସମ୍ପାଦକ ବାଳକୃଷ୍ଣ ସାବତ, ସମୀର ଜେନା, ଛାୟାକାନ୍ତ ମହାପାତ୍ର, ଗୋପାଳ ତ୍ରିପାଠୀ, ସୁଶାନ୍ତ ଦଳବେହେରାଙ୍କ ସମେତ ବହୁ ଶିକ୍ଷକଶିକ୍ଷୟିତ୍ରୀ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ବ୍ଲକ୍ ଶିକ୍ଷାଧିକାରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସ୍ବର୍ଗତ ସନ୍ତୋଷଙ୍କ ପତ୍ନୀ ବେବୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ବଡ଼ଝିଅ ଜାନମ୍ ଭୁବନେଶ୍ବରରେ ଓ ସାନଝିଅ ଶ୍ରୀୟା ଗାଁରେ ପାଠ ପଢ଼ୁଛି।
ଆକସ୍ମିକ ମୃତ୍ୟୁ: ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇ ଘରକୁ ଆସିଲେ, ଖାଇସାରି ଟଳିପଡ଼ିଲେ
/sambad/media/post_attachments/wp-content/uploads/2023/09/43c73dc9-bd82-481f-99f8-a2bdf6e43c93.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)