ଦୁର୍ଘଟଣାରେ ଶିକ୍ଷକ ମୃତ, ଜଣେ ଗୁରୁତର

ବାହାନଗା/ଗୋପାଳପୁର: ଖନ୍ତାପଡ଼ା ଥାନା ଗୋପାଳପୁର ବାହାନଗା ରାସ୍ତାର ପଣ୍ଡାଶୁଣି ପୋଲ ବାଙ୍କ ନିକଟରେ ଦୁଇ ବାଇକ୍ ଧକ୍କାରେ ଜଣେ ଶିକ୍ଷକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ରୂପଖଣ୍ଡ ଗ୍ରାମର ପ୍ରସନ୍ନ ତ୍ରିପାଠୀ(୫୪) ଏକ ବାଇକ୍ ଯୋଗେ ବାହାନଗା ଆଡ଼ୁ ଆସୁଥିବା ବେଳେ ଅପରପଟୁ ବାହାନଗା ଅଞ୍ଚଳ ଗନ୍ଧିଣା ଗ୍ରାମର ଲକ୍ଷ୍ମଣ ମହାନ୍ତିଙ୍କ ପୁଅ ହେମନ୍ତ ମହାନ୍ତି(୪୦) ଅନ୍ୟ ଏକ ବାଇକରେ ଆସୁଥିଲେ। ଉଭୟଙ୍କ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରସନ୍ନଙ୍କୁ ଗୋପାଳପୁର ପୁଲିସ ଉଦ୍ଧାର କରି ଡାକ୍ତଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ହେମନ୍ତଙ୍କୁ ଆହତ ଅବସ୍ଥାରେ ଷଠୀ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପ୍ରସନ୍ନ ମହାରୁଦ୍ରପୁର ହାଇସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର