କେନ୍ଦ୍ରାପଡ଼ା: ଛାତ୍ରଛାତ୍ରୀଙ୍କୁ ନୂଆ କୌଶଳରେ ଶିକ୍ଷାଦାନ କରୁଛନ୍ତି ପ୍ରଧାନ ଶିକ୍ଷକ। କାଗଜ, ପ୍ଲାଷ୍ଟିକ ବୋତଲ ଏବଂ କାର୍ଡବୋର୍ଡ ବ୍ୟବହାର କରି ପ୍ରଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସହ ଏହାକୁ ବ୍ୟବହାର କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଫଳରେ ସ୍କୁଲର ପରିବେଶ ପରିଷ୍କାର, ପରିଛନ୍ନ ରହିବା ସହ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଦଶିପୁର ପଂଚାୟତର ଆଦମପୁର ଗ୍ରାମରେ ଥିବା କୁଳସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ କୁମାର ରାଉତରାୟ।
୨୦୦୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି ଓ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନଶିକ୍ଷକଙ୍କୁ ମିଶାଇ ଦୁଇଜଣ ଶିକ୍ଷକ ଅଛନ୍ତି । ପିଲାମାନଙ୍କ ଭିତରେ ପାଠ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ନିଆରା ଶୈଳୀ ଆପଣେଇଛନ୍ତି । ବର୍ଜ୍ୟବସ୍ତୁରୁ ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀର ମଡେଲ ପ୍ରସ୍ତୁତ କରି ଗଣିତ ଓ ବିଜ୍ଞାନ ବିଷୟ ପଢ଼ାଉଛନ୍ତି । ସେହିପରି ବିଭିନ୍ନ ସମୟରେ ନାଚ ଗୀତ ସହ ଅଭିନୟ ମାଧ୍ୟମରେ ମଧ୍ୟ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷାଦାନ ଦ୍ୱାରା ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ସହିତ ଭଲ ମଣିଷଟିଏ ଭାବେ ଗଢ଼ି ତୋଳିବାର ନିଶା ସ୍ଥାନୀୟ ଅଂଚଳରେ ବେଶ୍ ଆଦୃତ ହୋଇଛି । ପ୍ରଧାନ ଶିକ୍ଷକଙ୍କ ଏହି ନିଆରା ପାଠପଢ଼ା ଶୈଳୀକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲ ବେଶ୍ ପସନ୍ଦ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/New-Teaching-Technique_Thumbnail.jpg)