କୋରାପୁଟ: ଗୋଟିଏ ଗାଡ଼ି ନମ୍ବରରେ ଦୁଇ ଦୁଇଟି ବାଇକ୍‌! କୋରାପୁଟ ସହରର ଶିକ୍ଷକ ରବି ନାରାୟଣ ମିଶ୍ର ସ୍କୁଲରେ ଶିକ୍ଷକତା କରୁଥିବାବେଳେ ତାଙ୍କ ନାମରେ ରହିଥିବା ବାଇକ୍‌ର ଚାଲାଣ କଟିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁ ସମୟରେ ତାଙ୍କ ଗାଡ଼ି ନାମରେ ଚାଲାଣ କଟିଲା, ସେହି ସମୟରେ ବାଇକ୍‌ଟି ସ୍କୁଲ ପରିସରରେ ଥିଲା ଏବଂ ସେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ତେବେ ବିଦ୍ୟାଳୟ ପରିସରରେ ଗାଡ଼ି ଥିବା ବେଳେ ସମାନ ସମୟରେ କିପରି ସହରରେ ବିନା ହେଲମେଟ ଗାଡ଼ି ଚଲାଇ ବା ଅଭିଯୋଗରେ ସେ ଦଣ୍ଡିତ ହୋଇନ୍ତି ତାହା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ଗତକାଲି (ଗୁରୁବାର ତାରିଖ ୧୪/୧୨/୨୦୨୩)। ସମୟ ପ୍ର‌ାୟ  ୧୧ଟା ୪୬। ହଠାତ ପରିବହନ ବିଭାଗ ସହ ଯୋଡ଼ିହୋଇଥିବା ମୋବାଇଲ ନମ୍ବରକୁ ଏକ ମେସେଜ ଆସିଥିଲା। ଏଥିରେ ଉଲ୍ଲେଖ ରହିଥିଲା ଯେ, ହେଲମେଟ ନ ପିନ୍ଧି ଗାଡ଼ି ଚଳାଇବା କାରଣରୁ ୧୦୦୦ ଟଙ୍କାର ଜରିମାନା କଟାଯାଇଛି। ହେଲେ ଯେଉଁ ଗାଡ଼ି ନମ୍ବରରେ  ଚାଲାଣ କଟିଛି ତାହା ହେଉଛି ଓଡ଼ି୧୦ ଏସ୮୯୬୪(ହିରୋ ଗ୍ଲାମର ଏକ୍ସଟିଇସି)। କିନ୍ତୁ ସେହି ମେସେଜରେ ଆସିଥିବା ଗାଡ଼ିଟି ହେଉଛି ହିରୋହୋଣ୍ଡା ସ୍ପେଲେଣ୍ଡର।

କୋରାପୁଟ ଟ୍ରାଫିକ୍ ଫୁଲିସ ପକ୍ଷରୁ ଏହି ଚାଲାଣ କଟାଯାଇଥିବାବେଳେ ଏନେଇ ପ୍ରକୃତି ଗାଡ଼ି ମାଲିକ କୋରାପୁଟ ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆଜି ଏନେଇ ପୂଜାରୀପୁଟର ରବି ନାରାୟଣ ମିଶ୍ର କୋରାପୁଟ ଟାଉନ ଥାନାକୁ ଯାଇ ପଚରାଉଚୁରା କରିବା ପରେ ସବୁ ସତ ଜଣାପଡିଛି। ଗତକାଲି କୋରାପୁଟ ସହରରେ ବିଭିନ୍ନ ଅଞ୍ଚଳରେ ହେଲମେଟ ଚେକ୍‌ ହୋଇଥିଲା। ଏହି ସମୟରେ କୋରାପୁଟ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏକବାଇକ ଧରାଯିବା ପରେ ଚାଲାଣ କଟାଯାଇଥିଲା। ହେଲେ ଏହି ଗାଡିରେ ଲାଗିଥିବା ନମ୍ବର ଅନ୍ୟ ଗାଡ଼ିର ବୋଲି ଜଣାପଡ଼ିଛି। ଏନେଇ ସେ କୋରାପୁଟ ଏସପି ଓ କୋରାପୁଟ ଆରଟିଓଙ୍କୁ ମଧ୍ୟ ଅବଗତ କରିଥିବା ଜଣାପଡିଛି।