ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଧ୍ୟାପିକା ମୃତ

ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଧୀନ ମାନେଶ୍ବର ହାଲିପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଭୁବନେଶ୍ବରର ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଅର୍ଥନୀତି ଅଧ୍ୟାପିକା ମଧୁଛନ୍ଦା ମିଶ୍ର(୪୯)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଳିତ ପୁଅ ଗୁରୁତର ଆହତ ହୋଇ ବୁର୍ଲା ଭିମ୍‌ସାର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏଲ୍‌ଆଇସି ଅଧିକାରୀ ପ୍ରଦୀପ ମିଶ୍ର(୫୫) ଅଫିସ୍‌ କାମରେ ସମ୍ବଲପୁର ଆସିଥିଲେ। ତାଙ୍କ ସହିତ ପତ୍ନୀ ମଧୁଛନ୍ଦା ଓ ପୁଅ ମଧ୍ୟ ଆସିଥିଲେ। ମଙ୍ଗଳବାର ରାତି ସମ୍ବଲପୁରରେ ରହିବା ପରେ ବୁଧବାର ଅପରାହ୍ଣରେ କଟକ ଫେରୁଥିଲେ। ପ୍ରଦୀପ ମିଶ୍ର କାର୍‌ (ଓଡି୦୨ଏଡବ୍ଲୁ୮୪୧୬) ଚଳାଉଥିଲେ। କଟକ ଫେରୁଥିବାବେଳେ ତାଙ୍କ କାର୍‌ ସଦର ଥାନା ଅଧୀନ ମାନେଶ୍ବର ହାଲିପାଲି ନିକଟରେ ପୂର୍ବରୁ ଅଟକିଥିବା ଟ୍ୟାଙ୍କର (ଓଡି୨୯ଏଫ୍‌୯୩୬୦)କୁ ପଛପଟୁ ଧକ୍କା ଦେଇଥିଲା। କାର୍‌ ଭିତରେ ସମସ୍ତେ ଫସି ରହିଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ଅଧ୍ୟାପିକା ଓ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ଭିମ୍‌ସାର୍‌କୁ ପଠାଯାଇଥିଲା। ସୂଚନା ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଅନ୍ୟପଟେ ବୁର୍ଲା ଭିମ୍‌ସାରରେ ଅଧ୍ୟାପିକାଙ୍କର ମୃତ୍ୟୁ ଘଟିଥିଲା। ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟ ୨ଟି ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର