କେନ୍ଦ୍ରାପଡ଼ା/ମାର୍ଶାଘାଇ: ମାର୍ଶାଘାଇ ବ୍ଲକ୍ ଅଞ୍ଚଳର ଏକ ପ୍ରତିଷ୍ଠିତ ହାଇସ୍କୁଲ୍ର ଖେଳ ଶିକ୍ଷକ ନିଜ ଝିଅ ବୟସର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ଘଟଣାରେ ଆଜି ବ୍ଲକ୍ ଶିକ୍ଷା ବିଭାଗ ତନାଘନା କରିଛି। ମାର୍ଶାଘାଇ ବ୍ଲକ୍ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା ଗତକାଲି ସଂପୃକ୍ତ ସ୍କୁଲ୍କୁ ଯାଇ ଘଟଣାର ତନାଘନା କରିବା ସହିତ ପୀଡ଼ିତାଙ୍କ ସମେତ ଅଭିଯୋଗକାରିଣୀ ମା’ ଏବ˚ ବାପାଙ୍କ ବୟାନ ନେଇଛନ୍ତି। ହେଲେ ବିଇଓଙ୍କ ଏହି ତଦନ୍ତ ସମୟରେ ରସିକ ଖେଳ ଶିକ୍ଷକଜଣକ ସ୍କୁଲ୍ରେ ହାଜର ହୋଇ ନିଜ ପକ୍ଷ ରଖିବା ପରିବର୍ତ୍ତେ ଲୁଚିବା ଘଟଣା ସୂଚାଇ ଦେଉଛି ଯେ ନିଜ ପାପକର୍ମକୁ ନେଇ ପୀଡ଼ିତାଙ୍କ ପରିବାର ସହିତ ଆମ୍ନାସାମ୍ନା ହେବାକୁ ତାଙ୍କର ସାହସ ନାହିଁ। ବିଇଓ ତଦନ୍ତ ସାରି ଫେରି ଯାଇଥିବା ବେଳେ ଏବେ ସଭିଙ୍କ ନଜର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ରୀଭୂତ ହୋଇଛି।
ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ସ୍ମାର୍ଟ ହୋଇଥିବା ଏହି ହାଇସ୍କୁଲ୍ରୁ ଗତ ମଙ୍ଗଳବାର ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ଝିଅକୁ ପ୍ରେମ କରିବାକୁ ଖେଳ ଶିକ୍ଷକ ବାଧ୍ୟ କରୁଥିବା ଏବ˚ ବିଭିନ୍ନ ସମୟରେ ଘର ମୋବାଇଲ୍କୁ ଅଶ୍ଳୀଳ ମେସେଜ୍ ଛାଡ଼ୁଥିବା ନେଇ ପୀଡ଼ିତାଙ୍କ ମା’ ମଙ୍ଗଳବାର ପ୍ରଧାନଶିକ୍ଷକଙ୍କ ପାଖେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ଅଭିଯୋଗପତ୍ରରେ ଦର୍ଶାଯାଇଥିଲା ଯେ ପ୍ରେମ ନିବେଦନକୁ ବାରମ୍ବାର ପ୍ରତ୍ୟାଖାନ କରିବାରୁ ଗତ ୨୭ତାରିଖରେ ଝିଅକୁ ରାସ୍ତାରେ ଅଟକାଇ ସ˚ପୃକ୍ତ ଶିକ୍ଷକ ଟଣାଓଟରା କରିବା ସହିତ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। ଏହା ପୂର୍ବରୁ ଆଉ ଦୁଇ ଛାତ୍ରୀଙ୍କ ସହିତ ମଧ୍ୟ ସ˚ପୃକ୍ତ ଶିକ୍ଷକଜଣକ ଏପରି କରିବାରୁ ସେମାନେ ଭୟରେ ସ୍କୁଲରୁ ଟିସି ନେଇ ପଳାଇ ଯାଇଥିଲେ ବୋଲି ପୀଡ଼ିତାଙ୍କ ମା’ ଅଭିଯୋଗରେ ଦର୍ଶାଇଥିଲେ।
ଗତ ବୁଧବାର ଏ ସ˚କ୍ରାନ୍ତରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଗୁରୁ-ଶିକ୍ଷ୍ୟର ପବିତ୍ର ସ˚ପର୍କରେ ଏଭଳି ଘୃଣ୍ୟ ଘଟଣା କଳଙ୍କର ଛିଟା ଲଗାଇ ଦେଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ସ˚ଜୀବ ସି˚ହ ଘଟଣାକୁ ଅତି ଗୁରୁତ୍ବର ସହିତ ନେଇ ମାର୍ଶାଘାଇ ବିଇଓଙ୍କୁ ଗୁରୁବାର ତଦନ୍ତ ନିର୍ଦେଶ ଦେଇଥିଲେ। ତଦନୁଯାୟୀ, ଆଜି ପୂର୍ବାହ୍ନରେ ବିଇଓ ସ୍କୁଲ୍କୁ ଯାଇ ଘଟଣାର ତଦନ୍ତ କରିଥିଲେ। ପ୍ରଧାନଶିକ୍ଷକଙ୍କୁ ଘଟଣା ସ˚ପର୍କରେ ପୁଙ୍ଖାନୁପୁଙ୍ଖ ପଚାରିବା ସହିତ ପୀଡ଼ିତା ଏବ˚ ତାଙ୍କ ବାପା-ମା’ଙ୍କ ବୟାନ ନେଇଛନ୍ତି। ହେଲେ ତଦନ୍ତ ବେଳେ ସାମ୍ନାକୁ ନ ଆସି କୁଆଡେ଼ ଲୁଚିଥିଲେ ରସିକ ଖେଳ ଶିକ୍ଷକ। ବିଇଓ ତାଙ୍କୁ ମୋବାଇଲ୍ରେ ଯୋଗଯୋଗ ଉଦ୍ୟମ କରିଥିଲେ ହେଁ ତାଙ୍କ ଫୋନ୍ ସୁଇଚ ଅଫ୍ ଥିଲା। ତଦନ୍ତକୁ ସାମ୍ନା କରିବା ପରିବର୍ତ୍ତେ ଏଭଳି ଲୁଚିବା ଘଟଣା ପରୋକ୍ଷରେ ସୂଚାଇ ଦେଉଛି ଯେ ରସିକ ଶିକ୍ଷକଙ୍କର ପୀଡ଼ିତା କିମ୍ବା ତାଙ୍କ ପରିବାର ସହିତ ମୁହାଁମୁହିଁ ହେବାକୁ ଆଉ ମୁହଁ ନାହିଁ। ତେଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ସ˚ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସଭିଙ୍କ ନଜର ରହିଛି। ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ ବିଇଓ ଆଜି ଘଟଣାର ତଦନ୍ତ କରିଛନ୍ତି। କିନ୍ତୁ ରିପୋର୍ଟ ଦେଇନାହାନ୍ତି। ସେ ରିପୋର୍ଟ ଦେବା ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସି˚ହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Teacher-Escaped-Who-Proposed-8th-Class-Student_Thumbnail.jpg)