ନବରଙ୍ଗପୁର: ସହର ନିକଟସ୍ଥ ହିର୍ଲି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀ ରକ୍ତହୀନତା ସିକିଲସେଲରେ ଅସୁସ୍ଥ ହୋଇଥିବା ଯୋଗୁଁ ନବରଙ୍ଗପୁରଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଥିଲା।
ଛାତ୍ରୀର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ତୁରନ୍ତ ଓ ପଜିଟିଭ୍ ରକ୍ତ ଦେବାକୁ ପଡିବ ବୋଲି କହିଥିଲେ। ସ୍କୁଲ ପକ୍ଷରୁ ରାଇଘର ବ୍ଳକରେ ଥିବା ତାଙ୍କ ପରିବାରବର୍ଗକୁ ଜଣାଇଥିଲେ। ସେମାନେ ବି ଆସିଥିଲେ। ରକ୍ତ ଖୋଜିଥିଲେ।
ଆହୁରି ପଢ଼ନ୍ତୁ:Tourism Department: ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ପ୍ରଚାର-ପ୍ରସାର
ରକ୍ତଦାନ କରି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ
ତେବେ ଏସମ୍ପର୍କରେ ଜାଣିବା ପରେ ସେହି ବିଦ୍ୟାଳୟର ଶିକ୍ଷକ ଏସ୍ ଶ୍ରୀରାମ ଶାସ୍ତ୍ରୀ ତୁରନ୍ତ ନିଜେ ଡାକ୍ତରଖାନା ପହଞ୍ଚି ରକ୍ତକେନ୍ଦ୍ରରେ ରକ୍ତଦାନ କରି ଛାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଛାତ୍ରୀ ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ।
ଏହିଭଳି ସାହାଯ୍ୟ ଓ ମାନବିକତାର କାର୍ଯ୍ୟ ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଡାକ୍ତରଖାନାରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ତାଙ୍କୁ ଖୁବ୍ ପ୍ରଶାଂସା କରିଛନ୍ତି। ଅସହାୟରେ ଥିବା ଛାତ୍ରୀଙ୍କୁ ଜଣେ ଶିକ୍ଷକ ହିସାବ ଆଗକୁ ଆସି ଏହିଭଳି ମହତ୍ କାର୍ଯ୍ୟ କରି ଗୁରୁ ଶିଷ୍ୟ ପରମ୍ପରାରେ ନୂଆ ନିଦର୍ଶନ ସ୍ଥାପନ କରିଛନ୍ତି ଶିକ୍ଷକ ଶ୍ରୀରାମ। ବିଭିନ୍ନ ମହଲରେ ଶ୍ରୀରାମଙ୍କୁ ପ୍ରଶାଂସା କରାଯାଇଛି।
ଆହୁରି ପଢ଼ନ୍ତୁ:Yemen Crisis : ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆଶଙ୍କା, ମୁହାଁମୁହିଁ ହେଲେ ସାଉଦି ଆରବ ଓ ୟୁଏଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/30/teacher-saves-students-life-2025-12-30-21-20-18.jpg)