ବାରିପଦା : ଚାକିରୀ ଦେବା ଲୋଭ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ଶିକ୍ଷକ

ବାରିପଦା : ଚାକିରୀ ଦେବା ଲୋଭ ଦେଖାଇ ଜଣେ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଶିକ୍ଷକ ସତ୍ୟେନ୍ଦୁ ଜେନା ଆଜି ଜେଲ୍ ଯାଇଛନ୍ତି। ପ୍ରାୟ ୬ମାସ ତଳେ ଚାକିରୀ କରାଇଦେବା ଲୋଭ ଦେଖାଇ ପୁରୀ ନେଇ ଏକ ଘରୋଇ ହୋଟେଲରେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଗତକାଲି ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ବାରିପଦା ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଉଦଳାରୁ ଉଠାଇ ଆଣିଥିଲା। ଆଜି ତାଙ୍କୁ କୋର୍ଟ ଚାଲଣ କରାଯାଇଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର