ଚେକ୍‌ ବାଉନ୍ସ ମାମଲାରେ ଶିକ୍ଷକଙ୍କୁ ଜେଲଦଣ୍ଡ

ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ବ୍ୟାସନଗର  : ଯାଜପୁର ରୋଡ଼ ଜେଏମ୍‌ଏଫସି କୋର୍ଟ ଚେକ ବାଉନ୍ସ ମାମଲାରେ ଜଣେ ଶିକ୍ଷକଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି।

ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ୟୁଜିଏମଇ ସ୍କୁଲର ଶିକ୍ଷକ ନିରାକାର ନାୟକ ୫ଲକ୍ଷ ୬୦ ହଜାର ଟଙ୍କା ବାକି ନେଇ ପରେ ଏକ ଚେକ୍ କୋରେଇ ବ୍ଲକ ତୁଳତୀ ପଞ୍ଚାୟତ ଅନ୍ତର୍ଗତ ରେହେମାନପୁର ଗ୍ରାମର ଜିତେନ୍ଦ୍ର କୁମାର ନାୟକଙ୍କୁ ଦେଇଥିଲେ। ଆକାଉଣ୍ଟରେ ଅର୍ଥ ନଥିବାରୁ ଚେକ୍‌ଟି ବାଉନ୍ସ ହୋଇଯାଇଥିଲା। ଫଳରେ ଜିତେନ୍ଦ୍ର ଆଇନଜୀବୀ ଜଗନ୍ନାଥ ପ୍ରସାଦ ପତିଙ୍କ ମାଧ୍ୟମରେ ଯାଜପୁରରୋଡ଼ ଜେଏମ୍‌ଏଫସି କୋର୍ଟର ଆଶ୍ରୟ ନେଇଥିଲେ। ମାମଲାର ବିଚାର କରି ମାନ୍ୟବର ବିଚାରପତି ସ୍ମିତାଶ୍ରୀ ବାଣିକଲ୍ୟାଣୀ ମିଶ୍ର ୬ଲକ୍ଷ ୨୨ହଜାର ଟଙ୍କା ପୈଠ ସହ ୩ ମାସ ଜେଲଦଣ୍ତ ଶୁଣାଇଛନ୍ତି। ଅର୍ଥ ଅନାଦେୟ ଏକମାସ ଅଧିକ ଜେଲଦଣ୍ଡ ପାଇଁ ରାୟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe