ଆନ୍ଦୋଳନରତ ଶିକ୍ଷକ ଓ ପୁଲିସ ଧସ୍ତାଧସ୍ତି, ୪ଦଫା ଦାବିରେ ଶିକ୍ଷକ ଅଟଳ

ଭୁବନେଶ୍ୱର: ସୋମବାର ମାଟ୍ରିକ୍‌ ଓ ଯୁକ୍ତ ଦୁଇ ମୂଲ୍ୟାୟନକୁ ବର୍ଜନ କରିଥିବା ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ହଜାରହଜାର ଶିକ୍ଷକ ବିଧାନ ସଭା ଘେରାଉ ଉଦ୍ୟମ କରିଥିଲେ। ଏହି ସମୟରେ ସେମାନେ ବିଧାନସଭା ଆଡକୁ ମାଡି ଯାଉଥିବା ବେଳେ ପୁଲିସ ଏମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା।  ପୁଲିସ ଓ ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଏହା ଖଣ୍ଡଯୁଦ୍ଧ ଆଡକୁ ଗତି କରିଥିଲା।

ଶିକ୍ଷକମାନେ ସେମାନଙ୍କ ୪ଦଫା ଦାବିରୁ ଓହରିବେ ନାହିଁ ବୋଲି ଜିଦ ଧରି ବସିଥିବା ବେଳେ ଅନ୍ୟପଟେ ଶିକ୍ଷକଙ୍କ ୪ଦଫା ଦାବିକୁ ସରକାର ଅନିଚ୍ଛା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ବର୍ଜନ କରି ଆନ୍ଦୋଳନ ଜାରି ରଖିଥିବା ଶିକ୍ଷକମାନେ ୪ତାରିଖରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି । ଏବଂ ୪ଦଫା ଦାବି ନେଇ ଅଧ୍ୟାପକ ଓ ଶିକ୍ଷକ ମିଳିତ ମଞ୍ଚ ଆନ୍ଦୋଳନ କରୁଛନ୍ତି । ତେବେ ଶିକ୍ଷକ ଆନ୍ଦୋଳନ ଖାତା ଦେଖାକୁ ପ୍ରଭାବିତ କରିବ ନାହିଁ ଏବଂ ମାଟ୍ରିକ ପରୀକ୍ଷା ଖାତା ଦେଖିବା ଭଳି ସରକାରୀ ଅଧ୍ୟାପକଙ୍କ ଦ୍ୱାରା ଯୁକ୍ତ ଦୁଇ ଖାତା ଦେଖାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅଧ୍ୟାପକ ଓ ଶିକ୍ଷକ ମିଳିତ ମଞ୍ଚ ଆନ୍ଦୋଳନରେ ବସିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଚିଠି ଲେଖାଯାଇଛି । କଲେଜରେ କାର୍ଯ୍ୟରତ ଶିକ୍ଷକଙ୍କ ତାଲିକା ପଠାଇବାକୁ ଚିଠିରେ ଉଲ୍ଲେଖ ରହିଛି ।୨୭ ତାରିଖ ସୁଦ୍ଧା ଏହି ତାଲିକା ପଠାଇବାକୁ ନିର୍ଦ୍ଦେଶ ରହିଛି । ପଠାଯାଇଥିବା ତାଲିକାରୁ ମୂଲ୍ୟାୟନ ପାଇଁ ଅଧ୍ୟାପକଙ୍କ ନାମ ସୂଚୀ ପ୍ରସ୍ତୁତ କରାଯିବ ବୋଲି ଉଚ୍ଚ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଚିଠିରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧିତ ଖବର