ପାରଳାଖେମୁଣ୍ଡି : ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଶେଷରେ ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଆଉ ଗଜପତି ଜିଲ୍ଲା ପ୍ରଶାସନ ଆଜି ଗୋଷାଣୀ ବ୍ଲକ ଅମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଡି.ଶ୍ରୀଧରଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସୂଚନା ଦେଇଛନ୍ତି।
ଶ୍ରୀଧର ଦୁଇ ମାସ ତଳେ ଗୋଷାଣୀଠାରେ ଆୟୋଜିତ ବ୍ଲକସ୍ତରୀୟ ପିଠା କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ରାଜନୈତିକ ଦଳ ପାଇଁ ଭାଷଣ ଦେଉଥିବା ସମୟର ଭିଡିଓ ଭାଇରାଲ୍ ହୋଇଥିଲା। ଏହାପରେ ନିର୍ବାଚନ ସମୟରେ ମଧ୍ୟ େସ ପୁଣି ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିଲେ। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯାଇ ଅମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଡି.ଶ୍ରୀଧରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀନାଗ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/sus.jpg)