ଶିକ୍ଷକଙ୍କ ଅଭିନବ ପ୍ରୟାସ : ସ୍ମାର୍ଟ ଫୋନ୍ ଓ ନିଜସ୍ୱ ଆପ୍ ମାଧ୍ୟମରେ ପଢ଼ାଉଛନ୍ତି ପାଠ

ଧରାକୋଟ : ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ମୁଣ୍ଡମରାଇ ସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପିଲାଙ୍କୁ ପଢ଼ାଇବା ପାଇଁ ଆପଣାଇଥିବା ଶୈଳୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା। ସୂଚନା ଓ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ସେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ‌ଏହା ଦ୍ବାରା ପିଲାମାନେ ‌ଯେ କୌଣସି ବିଷୟକୁ ଅତି ସହଜରେ ବୁଝି ପାରୁଛନ୍ତି।

ବିଶେଷ କରି ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିଜସ୍ବ ମୋବାଇଲ୍ ଆପ୍‌କୁ ବ୍ୟବହାର କରି କମ୍ପ୍ୟୁଟର୍ ଦ୍ବାରା ଶିକ୍ଷା ପ୍ରଦାନ କରିବା ସହ ଏଥିପାଇଁ ସବୁ ଖର୍ଚ୍ଚ ସେ ନିଜେ ବହନ କରୁଛନ୍ତି। ଶ୍ରୀ ସାହୁଙ୍କ କହିବା କଥା ହେଉଛି, ଗୁଣାତ୍ମକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହାଦ୍ବରା ଛାତ୍ରଛାତ୍ରୀଙ୍କ ଦକ୍ଷତାରେ ବିକାଶ ହେବା ସହ ଦୁର୍ବଳ ଛାତ୍ରଛାତ୍ରୀମାନେ ଲାଭବାନ ହୋଇପାରିବେ। ବିଶେଷକରି ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହା କମ୍ ମୂଲ୍ୟରେ ଶିକ୍ଷା ପ୍ରଦାନ କରିପାରିବ। ତେଣୁ ସରକାର ଯଦି ଏହି ଅଭିନବ ଉପାୟକୁ ଆପଣାଇଥାନ୍ତେ ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଲାଭବାନ ହୁଅନ୍ତା। ସୂଚନା ଥାଉକି ନିକଟରେ ଗଞ୍ଚାମ ଜିଲ୍ଲା କନିଷିଠାରେ ହୋଇଥିବା ବିଜ୍ଞାନ ମେଳାରେ ତାଙ୍କ ପ୍ରକଳ୍ପ ପ୍ରଦର୍ଶିତ ହୋଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। ଏହି ପଦ୍ଧତି ପ୍ରଚଳନ ହେଲେ ଖାଲି ରାଜ୍ୟ ନୁହେଁ; ଏହା ଜାତୀୟସ୍ତରରେ ବି ଆଦୃତ ହେବ ବେଲି କହନ୍ତି ଶ୍ରୀ ସାହୁ। ଗୋଟିଏ ସ୍ମାର୍ଟ ମୋବାଇଲ୍ ସହ ଡାଟା କେବୁଲ ମାଧ୍ୟମରେ କମ୍ପ୍ୟୁଟର କିମ୍ବା ଏଲଇଡି଼କୁ ସଂଯୋଗ କରି ଏହି ଶିକ୍ଷା ପ୍ରଦାନ କରାଯାଇପାରିବ।

ସମ୍ବନ୍ଧିତ ଖବର