ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ସମର୍ଥନ

ଭୁବନେଶ୍ୱର : ମହାନଦୀ ବଞ୍ଚାଅ ଆନ୍ଦୋଳନରେ ନିଜକୁ ସାମିଲ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ମହାନଦୀର ସୁରକ୍ଷାକୁ ଦୃଷ୍ଟିରେ ରଖି ମଞ୍ଚ ଏହି ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ଆଜି ହୋଟେଲ କେଶରୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଲେ, ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ଅନେକ ବନ୍ଧ ଓ ବ୍ୟାରେଜ୍‌ ନିର୍ମାଣ କରି ମହାନଦୀର ଜଳ ପ୍ରବାହକୁ ଅବରୋଧ କରିଛନ୍ତି। ଏହି ସଂକଟରୁ ମହାନଦୀର ସୁରକ୍ଷା ପାଇଁ ବିଭିନ୍ନସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଛାତ୍ର ସମାଜକୁ ଏ ସଂପର୍କରେ ସଚେତନ କରିବାକୁ ପଡ଼ିବ। ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ, ପ୍ରକାଶ ମହାନ୍ତି, ପବିତ୍ର ମହଲା, ପ୍ରକାଶ ଜେନାଙ୍କ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନର ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ନିରୋଦ ଖୁଣ୍ଟିଆ, ପ୍ରସନ୍ନ ବିଶୋୟୀ, ଅଶୋକ ପାଇକରାୟ, ଅରୁଣ ଜେନା ଓ ଦିଲ୍ଲୀପ ସାବତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର