ଭୁବନେଶ୍ବର: ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବୃଦ୍ଧି ନେଇ ଆଜି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସଭାପତି ଶ୍ରୀକାନ୍ତ ବାରିକ, ସଂପାଦକ ଜନ୍ମେଜୟ ମାଝି ଓ ମହାସଚିବ ବିବେକାନନ୍ଦ ବେହେରାଙ୍କ ନେତୃତ୍ବରେ କନିଷ୍ଠ ଶିକ୍ଷକମାନେ ଧାରଣାରେ ସାମିଲ ହୋଇଥିଲେ। ସଂଘର କହିବା ମୁତାବକ, ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ୭୪୦୦ ଟଙ୍କା ଓ ୯୨୦୦ ଟଙ୍କାରେ ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା କଥା କହୁଥିବା ବେଳେ ସରକାର କିନ୍ତୁ ଶିକ୍ଷକମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ ନାହାନ୍ତି। ତେଣୁ କେନ୍ଦ୍ର ସରକାର ଦେଉଥିବା ଦରମାକୁ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଉ। ଏ ସଂପର୍କରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ପ୍ରଦାନ କରାଯାଇଥିଲେ ହେଁ ରାଜ୍ୟ ସରକାର ଏହାକୁ ଟାଳି ଚାଲିଛନ୍ତି। ତେଣୁ ରାଜ୍ୟ ସରକାର ଆସନ୍ତା ୧ମାସ ଭିତରେ ଦାବି ପୂରଣ ନ କଲେ ପୁନର୍ବାର ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଦରମା ବୃଦ୍ଧି ନେଇ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଧାରଣା
/sambad/media/post_attachments/wp-content/uploads/2019/12/5sf64h5sf64hsf564hfs564hfs54hf65s4hsfsfsfsfsfsfsfsfsfsfsfsfsfsfsfsfsf.jpg)