ଜାଲ୍ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷୟିତ୍ରୀ ଗିରଫ

ଛତ୍ରପୁର : ଜାଲ୍ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ଆଜି ଗିରଫ ହୋଇଛନ୍ତି। ଗିରଫ ଜଣକ ହେଲେ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଥାନା ଅଧୀନ କାଳିପଲ୍ଲୀ କ୍ଲଷ୍ଟର ପି.ଲକ୍ଷ୍ମୀପୁର ସ୍କୁଲର ଶିକ୍ଷୟିତ୍ରୀ ଜେ.ସୁକାନ୍ତି ରେଡ୍ଡୀ । ସୁକାନ୍ତିଙ୍କ ମାଟ୍ରିକ ମାର୍କସିଟ୍ ଓ ପ୍ରମଣାପତ୍ର ଜାଲ୍ ବୋଲି ଓଡ଼ିଶା ବିଏସଇ ବୋର୍ଡ ପକ୍ଷରୁ ସୂଚନା ମିଳିଥିଲା । ଯାହାଫଳରେ ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ବିରତି କରାଯାଇଥିଲା । ଆଜି ଚମାଖଣ୍ଡି ପୁଲିସ ସୁକାନ୍ତିଙ୍କୁ ଗିରଫ କରିଥିବା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର