ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା

ଭୁବନେଶ୍ବର : ରାଜ୍ୟ ସରକାରୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍-୧୯ ରିଲିଫ୍ ପାଣ୍ଠିକୁ ଦୁଇଟି ପର୍ଯ୍ୟାୟରେ ୧୨ଲକ୍ଷ ୭୬ହଜାର ୧୧୧ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ବିଶ୍ବ ମହାମାରୀ କରୋନାର ସଫଳ ମୁକାବିଲା ନିମନ୍ତେ ଜୁନ୍ ୫ରେ ୧୧ଲକ୍ଷ ୧୧ହଜାର ଶହେ ଏଗାର ଟଙ୍କା ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଖୋର୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଆଉ ୧ ଲକ୍ଷ ୬୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର ସାଧାରଣ ସଂପାଦକ ଧୀରେନ୍ଦ୍ର କୁମାର ମହାପାତ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଡ. ଅମୀୟ କୁମାର ମହାନ୍ତି ଉପସ୍ଥିତ ଥିଲେ। ସଂଘର ଏହି ମାନବୀୟ କାର୍ଯ୍ୟ ବରିଷ୍ଠ ଉପଦେଷ୍ଟା ପ୍ରଫେସର୍ ମହମ୍ମଦ ଫକୀରୁଦ୍ଦିନ ଓ ଅମୂଲ୍ୟ କୁମାର ପଣ୍ଡାଙ୍କ ଦିଗଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର