ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ସାମଗ୍ରୀ କ୍ରୟ ପାଇଁ ନିୟମାବଳୀ ଜାରି ହୋଇଛି। ବିଭାଗୀୟ ଯୁଗ୍ମ ସଚିବ ସ୍ନିଗ୍ଧା ଚମ୍ପତ୍ତିରାୟ ଆଜି ସମସ୍ତ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଶିକ୍ଷା ପ୍ରତିଷ୍ଠାନର ସାମଗ୍ରୀ କ୍ରୟ ପାଇଁ ପାଣ୍ଠି ଆବଣ୍ଟନ ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଛି। ଶିକ୍ଷାନୁଷ୍ଠାନ ନିଜେ କ୍ରୟ କରିବେ। ସମସ୍ତ ସରକାରୀ ମହାବିଦ୍ୟାଳୟରେ ସାମଗ୍ରୀ କ୍ରୟ ପାଇଁ ଜାରି ନିୟମାବଳୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପାଳନ କରିବେ। କେଉଁ ସାମଗ୍ରୀ କେଉଁଠାରୁ କିଣିବେ ସେନେଇ ମଧ୍ୟ ସ୍ବତନ୍ତ୍ର ନିୟମାବଳୀ ହୋଇଛି। ୧ ଲକ୍ଷରୁ ଅଧିକ ଟଙ୍କାର ସରଞ୍ଜାମ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ କ୍ରୟ କରିବାକୁ କୁହାଯାଇଛି।
ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ସାମଗ୍ରୀ କ୍ରୟ ପାଇଁ ନିୟମାବଳୀ ଜାରି
/sambad/media/post_attachments/wp-content/uploads/2022/04/6s5fh6f54shf65h32fh1fh3fhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)