ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଶିକ୍ଷକ

ଭୁବନେଶ୍ବର : ଶିକ୍ଷକମାନଙ୍କୁ ଖୁସ୍‌ କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏକାଧିକ ପଦକ୍ଷେପ ନିଆଯାଇଥିବାରୁ ଆଜି ବିଭିନ୍ନ ବର୍ଗର ଶିକ୍ଷକମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ରାଜ୍ୟ ସଭାପତି ହୃଦାନନ୍ଦ ଦ୍ବିବେଦୀ, ନୂତନ ପେନସନ୍‌ ଭୁକ୍ତ ସଙ୍ଗଠନର ରାଜ୍ୟ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ବରେ ନବୀନ ନିବାସ ସମ୍ମୁଖ ବିମାନବନ୍ଦର ରାସ୍ତାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ଲିଖିତ ସତ୍ୟପାଠ ଉଚ୍ଛେଦ, ୨୦୧୪ରୁ ପ୍ରଣୟନ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍‌କୁ ସଂଶୋଧନ କରି ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଧାସଳଖ ଉପକୃତ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସବୁ ବର୍ଗର ଶିକ୍ଷକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର