ଢେପାଗୁଡା ସେବାଶ୍ରମ, ୩୦୦ ପିଲାଙ୍କୁ ୩ ଶିକ୍ଷକ

କଲ୍ୟାଣସି˚ହପୁର : କଲ୍ୟାଣସି˚ହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡା ସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମରେ ବିଭିନ୍ନ ସମସ୍ୟା ସାଙ୍ଗକୁ ଶିକ୍ଷକ ସମସ୍ୟା ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି ବୋଲି ଅନ୍ତେବାସୀ ଏବଂ ଅଭିଭାବକ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳର ସର୍ବ ପୁରାତନ ସେବାଶ୍ରମରେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ଶିକ୍ଷା ଦାନ କରିବା ପାଇଁ ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି ସେବାଶ୍ରମ ଅନେକ ସମସ୍ୟାରେ ଛନ୍ଦି ହୋଇ ରହିଥିବାରୁ ଅନ୍ତେବାସୀଙ୍କ ସହ ଦୈନିକ ଆସୁଥିବା ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ତିନି ଶହ ପିଲା ଅଧୢୟନ କରୁଛନ୍ତି। ଛାତ୍ରୀ ଶହେ ଜଣ ରହୁଥିବା ବେଳେ ଛାତ୍ର ୧୬୦ ଜଣ ରହୁଛନ୍ତି। ଗ୍ରାମର ୪୦ ଛାତ୍ରଛାତ୍ରୀ ଦୈନିକ ପଢିବାକୁ ଏଠାକୁ ଆସିଥାନ୍ତି। ତେବେ ତିନି ଶହ ଛାତ୍ରଛାତ୍ରୀଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି। ତିନି ଶିକ୍ଷକ ପିଲାଙ୍କୁ ଜଗିବା ବିନା କୌଣସି ପାଠ ପଢାଇବାରେ ସମ୍ଭବ ହୋଇପାରୁନଥିବା ଶିକ୍ଷକମାନେ ପ୍ରକାଶ କରିଛନ୍ତି।

ବିଭାଗୀୟ ଅଧିକାରୀଙ୍କ ଠାରେ ଶିକ୍ଷକ ନିଯୁକ୍ତି ନିମନ୍ତେ ଅଭିଯୋଗ କରିଥିଲେବି କୌଣସି ସୁଫଳ ମିଳୁନଥିବା ଶିକ୍ଷକମାନେ ପ୍ରକାଶ କରିଛନ୍ତି। ସରକାର ମାଳମାଳ ଛାତ୍ରୀ ନିବାସ ଓ ଛାତ୍ରାବାସ ଖୋଲି ଶିକ୍ଷାର ଉନ୍ନତି କରିବା ପାଇଁ ବିଦ୍ୟାଳୟ ଗୁଡିକ ଖୋଲୁଥିବା ବେଳେ ଶିକ୍ଷକ ନିଯୁକ୍ତି ଦେବାରେ ପାତର ଅନ୍ତର କରୁଥିବା ଅଭିଯୋଗ କରିଛନ୍ତି। ଏହାର ତଦାରଖ ପାଇଁ ବ୍ଲକରେ ମଙ୍ଗଳ ସ˚ପ୍ରସାରଣ ଅଧିକାରୀ ରହିଥିଲେବି ଦାୟିତ୍ବ ହୀନତା କାର୍ଯ୍ୟ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଗ୍ରାମବାସୀ କହିଛନ୍ତି। ଛାତ୍ରୀ ନିବାସ ନିକଟରେ ଗୋଟିଏ ଗଭୀର ନଳକୂପ ରହିଥିବା ବେଳେ ଦୀର୍ଘ ଦିନ ହେବ ପାଣି ବାହାରୁ ନଥିବାରୁ ଅସୁବିଧା ଭୋଗୁଛନ୍ତି। ସେହିପରି ଛାତ୍ରାବାସର ଶୌଚାଳୟ ନିର୍ମାଣ ନିମ୍ନମାନର କାର୍ଯ୍ୟ ଯୋଗୁଁ କବାଟ ଗୁଡିକ ଭାଙ୍ଗିରୁଜି ଯାଇଥିବାରୁ ବାଧ୍ୟ ହୋଇ ପିଲାମାନେ ଶୌଚ କରିବାକୁ ବାହାରକୁ ଯାଉଥିବା କହିଛନ୍ତି। ଏଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି ଦେବା ସହ ଅନ୍ୟ ସମସ୍ୟା ଗୁଡିକର ସମାଧାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର