ସମ୍ବଲପୁର : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ପଶ୍ଚିମ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ(ଏନ୍ପିଏସ୍) ବ୍ୟାନରରେ ସମ୍ବଲପୁର ନେଲ୍ସନ ମଣ୍ଡେଲା ଛକ ପାଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶିକ୍ଷକ ନେତାମାନେ ରାଜନୈତିକ ଦଳ ଭଳି ଖୋଲା ଚ୍ୟାଲେଂଜ ଦେଇଛନ୍ତିି ରାଜ୍ୟର ବିଜେଡି ସରକାରଙ୍କୁ। ଆମର ଦାବି ପୂରଣ କରାନଗଲେ, ଆଗାମୀ ନିର୍ବାଚନରେ ବିଜେଡକୁ ପୂରା ଶୂନ କରିଦେବୁ, ଆମ ଶକ୍ତିକୁ ତମେ ଚିହ୍ନ ନାହଁ ବୋଲି କହି ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ, ଯଦି ଶିକ୍ଷକଙ୍କ ବେଶରେ କେହି ନବୀନଙ୍କ ଲୋକ ଥାଆନ୍ତି, ସେମାନଙ୍କୁ ବି ଆମର ପରବାଏ ନାହିଁ ବୋଲି ଖୋଲାଖୋଲି କହିଥିଲେ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଗୁଜୁରାଟ, ହରିୟାଣା, ଛତିଶଗଡ଼, ଆସାମ, ଗୋଆ, ବିହାର ଆଦି ରାଜ୍ୟ(ବିଜେପି ଶାସିତ ରାଜ୍ୟ) ସମେତ ଭାରତର ଅଧିକାଂଶ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ‘ପିବି-୨’ ପ୍ରଦାନ କରାଯାଉଛି। ୧ ଜାନୁଆରି ୨୦୧୬ରୁ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ବର୍ଦ୍ଧିତ ଦରମା ଦିଆଯାଉଥିବା ବେଳେ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ଏଥିରୁ ବଂଚିତ କରିଛନ୍ତି। ୮ ବର୍ଷ ପୂର୍ବେ କାର୍ଯ୍ୟରତ ଦୁଇ ଶ୍ରେଣୀର ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ଦରମାରେ ମାତ୍ର ୯ଶହ ଟଙ୍କା ପାର୍ଥକ୍ୟ ଥିବା ବେଳେ ସପ୍ତମ ବେତନ ଲାଗୁ ହେବା ପରେ ଏହି ପାର୍ଥକ୍ୟ ୧୭ଶହ ଟଙ୍କାରୁ ବେଶି ହୋଇଛି। ଏହା ସପ୍ତମ ବେତନ ଆୟୋଗର ବିରୋଧଚାରଣ କରୁଛି ବୋଲି ସେମାନେ କହିଛନ୍ତି। ଦରମାରେ ରହିଥିବା ଅସଂଗତି ଦୂର କରାନଗଲେ ସରକାରଙ୍କୁ ନିର୍ବାଚନ ବେଳେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେମାନେ ଚେତବାନୀ ଦେଇଥିଲେ।
ଶିକ୍ଷକଙ୍କ ଧମକ, ଶୂନ କରିଦେବୁ
ନବୀନ ଓ ବିଜେଡି ସରକାର ବିରୋଧରେ ଗର୍ଜିଲେ ପଶ୍ଚିମ ଓଡ଼ିଶାର ପ୍ରାଥମିକ ଶିକ୍ଷକ
/sambad/media/post_attachments/wp-content/uploads/2017/10/teachers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)