ଖୋର୍ଦ୍ଧା: ଖୋର୍ଦ୍ଧା ଦଳେଇପୁଟ ଠାରେ ଥିବା କନକମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟରେ ଆଜି ଏକ ଶିକ୍ଷକ ଦକ୍ଷତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଦିନିକିଆ କର୍ମଶାଳାରେ ଜଣାଶୁଣା ଭୁବନେଶ୍ୱର ୱିଗ୍ରୋର ସଂସ୍ଥାର ମୁଖ୍ୟ ବିଶେଷଜ୍ଞ ଡ ରମେଶ ଚନ୍ଦ୍ର ପଣ୍ଡା ଅତିଥି ତଥା ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଶିକ୍ଷା ଓ ଅଭିଜ୍ଞତାକୁ ଭିତ୍ତି କରି ବ୍ୟକ୍ତିର ଦକ୍ଷତା କିଭଳି ବୃଦ୍ଧି କରାଯିବ ସେନେଇ ସେ ନିଜ ଆଲୋଚନାରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସାଗରିକା ପାତ୍ର ସଂଯୋଜନା କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିଦେ୍ର୍ଦଶକ (ପ୍ରଶାସନ) ସରୋଜ କୁମାର ପଣ୍ଡା, ଅଧ୍ୟକ୍ଷ ଡ ସୌମ୍ୟ ଦର୍ଶନ ମହାନ୍ତି, ଏକାଡେମିକ୍ ଡିନ୍ ଡ ଗଣେଶ ପ୍ରସାଦ ଖୁଂଟିଆ, ସିଭିଲି ଇଂଜିନିୟରିଂ ବିଭାଗର ମୁଖ୍ୟ ଦେବବ୍ରତ ଜେନା, ମେକାନିକାଲ୍ ଇଂଜିନିୟରିଂ ବିଭାଗର ମୁଖ୍ୟ ଡ ଅଜୟ କୁମାର ସାହୁ, ଇଲେକ୍ଟ୍ରୋନିକ୍ ଓ କମ୍ୟୁନିକେସନ୍ ବିଭାଗର ମୁଖ୍ୟ ସହକାରୀ ପ୍ରଫେସର ପ୍ରକାଶ ଚନ୍ଦ୍ର ମହାପାତ୍ର, କଂପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ସଂଗ୍ରାମ କେଶରୀ ତ୍ରିପାଠୀଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/KHordha-KMBB-re-Sikhyak-dakhyata-karmashala.jpeg)