ଆନ୍ଦୋଳନ ଜାରି: ‘ଗୁରୁ ଦିବସ’କୁ କଳାଦିବସ ଭାବେ ପାଳନ କରିବ ଶିକ୍ଷକ ସଂଗଠନ, ୬ରେ ସ୍କୁଲରେ ପଡ଼ିବ ତାଲା!

ଭୁବନେଶ୍ୱର: ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚର ଆହ୍ଵାନରେ ବ୍ଲକ ଗ୍ରାଣ୍ଟ ସ୍କୁଲ-କଲେଜ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି। ଫଳରେ ରାଜ୍ୟର ହଜାର ହଜାର ସ୍କୁଲରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଦାବିରେ ଭୁବନେଶ୍ୱରସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେବାକୁ ଯାଉଛି। ସୂଚନା ଅନୁସାରେ ଶିକ୍ଷକ ସଂଗଠନ ଆଗାମୀ ସେପ୍ଟେମ୍ବର ୫ରେ ‘ଗୁରୁ ଦିବସ’କୁ ବର୍ଜନ କରିପାରନ୍ତି। ରାଜ୍ୟ ସରକାର ଶିକ୍ଷକଙ୍କ ସମସ୍ୟା ଉପରେ ଅବଗତ ହେଉ ନଥିବାରୁ ଶିକ୍ଷକମାନଙ୍କର ଅସନ୍ତୋଷ ବଢ଼ି ଚାଲିଛି। ଦାବି ପୂରଣ ନହେଲେ ସେପ୍ଟେମ୍ବର ୬ରୁ ରାଜ୍ୟର ବ୍ଲକଗ୍ରାଣ୍ଟ ସ୍କୁଲ-କଲେଜଗୁଡ଼ିକରେ ତାଲା ପଡ଼ିପାରେ।

ଦୀର୍ଘ ୧୩ ଦିନ ହେବ ଆମେ ଧାରଣାରେ ବସିଛୁ ବୋଲି ଓଷ୍ଟା ସାଧାରଣ ସଂପାଦକ ପ୍ରକାଶ ମହାନ୍ତି କହିଛନ୍ତି। ରାଜ୍ୟ ସରକାର ଆମ କଥା ଶୁଣୁ ନଥିବାରୁ ‘ଗୁରୁ ଦିବସ’କୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ। ସେହିଭଳି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ଆବାହକ ଗୋଲକ ନାୟକ କହିଛନ୍ତି, ସେପ୍ଟେମ୍ବର ୫ରେ ଗୁରୁ ସମାବେଶ ହେବ। ଏହି ଠାରେ ହିଁ କଳାଦିବସ ପାଳନ କରାଯିବ।

ସମ୍ବନ୍ଧିତ ଖବର