ଭୁବନେଶ୍ୱର: ତିନି ଦଫା ଦାବି ନେଇ ଦୁଇ ଶିକ୍ଷକ ସଂଘର ବିକ୍ଷୋଭ ପ୍ରସଙ୍ଗରେ ରାଜ୍ୟ ସରକାର ୧୫ ଦିନ ଭିତରେ ନିଷ୍ପତ୍ତି ନେବା ପାଇଁ ସମୟ ମାଗିଛନ୍ତି। ଦୁଇ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହା ଜଣାପଡ଼ିଛି। ଆଲୋଚନରେ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷକ ସଂଗଠନ ସହ ଆଲୋଚନା ହୋଇଛି।
ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶିକ୍ଷକ ସଂଘ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଶିକ୍ଷକଙ୍କ ଦାବି ନେଇ ୨ଟି କମିଟି ଗଠନ କରାଯାଇଛି। ଶିକ୍ଷକଙ୍କ ଦାବି ସମ୍ପର୍କରେ କମିଟି ବିଚାର କରିବ। କମିଟି ନିଷ୍ପତ୍ତି ଆଧାରରେ ପଦକ୍ଷେପ ନିଆଯିବ। ଆନ୍ଦୋଳନରୁ ଓହରିବା ପାଇଁ ଶିିକ୍ଷକଙ୍କୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/e8c1f775-2f6f-492e-9ffd-d17741152ade.jpg)