ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଦୁଇ ଶିକ୍ଷକ ସଂଘର ବିକ୍ଷୋଭ ପ୍ରସଙ୍ଗରେ ରାଜ୍ୟ ସରକାର ୧୫ ଦିନ ଭିତରେ ନିଷ୍ପତ୍ତି ନେବା ପାଇଁ ସମୟ ମାଗିବାରୁ ଶିକ୍ଷକ ସଂଘ ବିମୁଖ ହୋଇଛି। ୨ଶିକ୍ଷକ ସଂଗଠନର ଷ୍ଟିୟରିଂ କମିଟି ବୈଠକ ପରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି ସୂଚନା ଦେଇଛନ୍ତି
ସୂଚନାଯୋଗ୍ୟ ଆନ୍ଦୋଳନ ଜାରି ରଖିବାକୁ ଦୁଇ ଶିକ୍ଷକ ସଂଘ ସହିତ ଆଲୋଚନା ପରେ ସରକାର ୧୫ ଦିନ ଭିତରେ ନିଷ୍ପତ୍ତି ନେବାକୁ ସମୟ ମାଗିଥିଲେ। ଆଲୋଚନରେ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷକ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।
ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କହିଥିଲେ, ଶିକ୍ଷକ ସଂଘ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଶିକ୍ଷକଙ୍କ ଦାବି ନେଇ ୨ଟି କମିଟି ଗଠନ କରାଯାଇଛି। ଶିକ୍ଷକଙ୍କ ଦାବି ସମ୍ପର୍କରେ କମିଟି ବିଚାର କରିବ। କମିଟି ନିଷ୍ପତ୍ତି ଆଧାରରେ ପଦକ୍ଷେପ ନିଆଯିବ। ଆନ୍ଦୋଳନରୁ ଓହରିବା ପାଇଁ ଶିିକ୍ଷକଙ୍କୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/e8c1f775-2f6f-492e-9ffd-d17741152ade-1.jpg)
